STORYMIRROR

Jamuna Dash

Others Children

3  

Jamuna Dash

Others Children

ଝାନ୍ସୀ ରାଣୀ ଲକ୍ଷ୍ମୀ ବାଈ

ଝାନ୍ସୀ ରାଣୀ ଲକ୍ଷ୍ମୀ ବାଈ

2 mins
186

ଝାନ୍ସୀ ରାଣୀ ଲକ୍ଷ୍ମୀ ବାଈ

         ଶ୍ରୀମତୀ ଯମୁନା ଦାଶ।

ନାରୀ ସମାଜ ର ଗରବ ଗୋ ତୁମେ

       ଝାନ୍ସୀ ରାଣୀ ଲକ୍ଷ୍ମୀ ବାଈ,

ଇଂରେଜ ଶାସକ ବିରୁଦ୍ଧରେ ଯୁଦ୍ଧ

       କରିଥିଲ ମାଟି ପାଇଁ।୧।

ବୀରାଙ୍ଗନା ତୁମେ ଭାରତ ମାଟି ର

      ରଣାଙ୍ଗନେ ଦର୍ପୀ,କାଳୀ,

ମାତୃଭୂମି ପାଇଁ ନିଜର ସୁଖକୁ

     ଦେଇଥିଲ ତୁମେ ବଳି।୨।

ମୋର୍ ପନ୍ତ ତାମ୍ବେ ପିତା ଥିଲେ ତୁମ୍ଭ

     ମାତା ବାଈ ଭାଗିରଥି,

ଯୁଦ୍ଧ ଗୁରୁ ଥିଲେ ନାନା ସାହେବ ଯେ

     ଗଙ୍ଗାଧର ରାଓ ପତି।୩।

ପିଲାଦିନୁ ମନୁ,ମଣିକର୍ଣ୍ଣିକା ଗୋ

      ଇଂରେଜ କୁ ନିନ୍ଦୁଥିଲ,

ବିବାହିତା ହୋଇ ଝାନ୍ସୀ ବଧୂ ହେଲ

      ଇଂରେଜ ସହ ଲଢ଼ିଲ।୪।

ବୀରା ରମଣୀ ଗୋ ଯୁଦ୍ଧ କଳା ତୁମ

      ଥିଲା ପରା ମହତ୍ତର,

ଯୁଗେ ଯୁଗେ ତୁମ ଗୁଣ ଗାଉଥିବ

      ମାଟି, ପାଣି ଏ ଦେଶର।୫।

ଇଂରେଜ ଙ୍କ ନିଦ ହଜାଇ ଥିଲ ଗୋ

     ନାରୀଟିଏ ହୋଇ ତୁମେ,

ଦେଶରକ୍ଷା ପାଇଁ ଦେଇ ଆତ୍ମବଳି 

      ମହିୟସୀ ଧରା ଧାମେ।୬।

କର୍ତ୍ତବ୍ୟ ତୁମ୍ଭର ଦେଶରକ୍ଷା ଥିଲା

      ଲକ୍ଷ୍ୟ ଥିଲା ସ୍ବାଧୀନତା,

ଇଂରେଜ ହାତରୁ ମାଟି ମା ରକ୍ଷଣେ

      ଦେଖାଇଥିଲ ବୀରତା।୭।

ଉଣେଇଶ ନଭେମ୍ବର ଅଠରଶ

     ଅଠେଇଶ ଥିଲା ଜନ୍ମ,

ଅମର ହୋଇଲ ଅଠର ଜୁନ୍ ରେ

    ଅଠରଶ ଅଠାବନ।୮।

ତୁମ୍ଭ ଗଉରବ ରହିଅଛି ଲେଖା

     ସ୍ବର୍ଣ୍ଣାକ୍ଷରେ ଇତିହାସେ,

ସାରା ଦେଶ ଗାଏ ତୁମ ଗୁଣ ସଦା

     ମାଆ ତୁମପାଇଁ ହସେ।୯।


Rate this content
Log in