STORYMIRROR

Jamuna Dash

Others

3  

Jamuna Dash

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
170

ଜୟ ଜୟ ଜଗନ୍ନାଥ ଜଗତ ଜୀବନ 

   ଶ୍ରୀକ୍ଷେତ୍ର ମଉଡ଼ମଣି ଭକତ ପରାଣ।୧।


କଳା ବଦନକୁ ଶୋଭା ଦୁଇ ଚକା ଆଖି 

   ଚାହିଁଲେ ଚକା ଆଖିକୁ ଆଖି ଯାଏ ଲାଖି।୨।


ଦୁଇ ପାର୍ଶ୍ବେ ଦୁଇ ଭାଇ ମଝି ଚାନ୍ଦମୁହିଁ 

    ଅଧା ଚାନ୍ଦ ଓଠେ ହସ ଲାଗି ରହିଥାଇ।୩।


ଗଳେ ଫୁଲ ମାଳ ଭାଲେ ଚିତା କସ୍ତୁରୀର 

   ତୁଳସୀ ଦୟଣା ଜଟ ମୁକୁଟ ସୁନ୍ଦର।୪।


ଶଙ୍ଖ ଚକ୍ର ଗଦା ପଦ୍ମ ଚାରିଭୂଜେ ଶୋଭା 

   ଖଣ୍ଡୁଆ ପାଟ ରେ ଅଙ୍ଗ ପ୍ରକାଶଇ ଆଭା।୫।


ଭୁଜ ତୋଳି ସଦାକାଳେ ଡାକ ଭକତଙ୍କୁ 

   ମହାବାହୁ ତଳେ ତୁମ ଆଶ୍ରୟ ଦେବାକୁ।୬।


ପତିତପାବନ ନେତ ଉଡ଼େ ଫରଫର 

   ପତିତପାବନ ରୂପେ ବିଜେ ସିଂହଦ୍ୱାର।୭।


ବରଷକେ ଥରେ ବଡ଼ଦାଣ୍ଡେ କଳାମୁଖ 

   ବାହାର ପତିତ ପାଏ ଦର୍ଶନର ସୁଖ।୮।


ଭକତ ବତ୍ସଳ ପ୍ରଭୁ ଭକ୍ତ ଗଳାହାର 

   ଭବରଖି ଗାଳି ଦେଲେ ଘେନ ହୃଦୟର।୯।


ରତ୍ନ ସିଂହାସନେ ବସିଅଛ ହୋଇ ତୁନି 

   ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ବୁଝ ଭାବ ଘେନି।୧୦।


ସାରା ଜଗତର ନାଥ ଆହେ ଜଗନ୍ନାଥ 

   ଶରଣ ମାଗେ ଯମୁନା ଘେନ ଆହେ ନାଥ।୧୧।



Rate this content
Log in