STORYMIRROR

Jamuna Dash

Classics

3  

Jamuna Dash

Classics

ତୋ ମାୟା ତୋତେ ହିଁ ଗୋଚର

ତୋ ମାୟା ତୋତେ ହିଁ ଗୋଚର

2 mins
210


ତୋ ମାୟା ତୋତେ ହିଁ ଗୋଚର

ମୁଁ ଛାର ମଣିଷ ମାତର।

ମୁଁ ଯେଉଁ କଥା ଭାବିଥାଏ,

ତୋ ଚିନ୍ତା ତାକୁ କାଟିଦିଏ।

ପୂର୍ବେ କି ପୁଣ୍ୟଥିଲି କରି

ମାନଵ ଦେହ ଦେଲୁ ହରି।

ବିବେକ ଦେଇଛୁ ତୁ ମୋତେ

ଭାବ ଦେଇଛୁ ହୃଦଗତେ।

ସେସବୁ ଜଗି ଚଳୁଅଛି,

ସଂସାରେ ଘାଣ୍ଟି ହେଉଅଛି।

କଳିରେ ତୋର ଲୀଳା ଯେତେ

ମଣିଷ ରହେ ଅନାୟତ୍ତେ।

ଦେଖି ଏ ସଂସାର ବେଭାର

ଦୁଃଖ ପାଉଛି ମନ ମୋର।

ଅଧର୍ମ କରି ନ ପାରଇ

ଧର୍ମକୁ ଧରି ଦୁଃଖ ପାଇ।

ନିତି ଡାକୁଛି ତୋତେ ମୁହିଁ

ଦୁଃଖରୁ ମୁକୁଳିବା ପାଇଁ।

ପୂର୍ବେ ବା ପାପ କରିଥଲି

ସେ'ହେତୁ ଦୁଃଖ ଭୋଗ କଲି।

ଧରିବା ଡାଳ ଛିଣ୍ଡି ଯାଏ,

କାରଣ ଖୋଜି ମୁଁ ନ ପାଏ।

ଅନ୍ଯ ଡାଳକୁ ଧରିବାକୁ

ଉପାୟ ନ ଆସେ ମନକୁ।

ତୋର ଆଶ୍ରାକୁ ଅଛି ଟାକି

ଇଚ୍ଛା ତୋ ନ ରହୁରେ ବାକି।

ତୋ ଇଚ୍ଛା ତୁହି ପୂର୍ଣ୍ଣ କର

ଜଗତ ତୋର ଖେଳଘର।

ତୋର ଚରଣେ ମୋର ଆଶ

ରଖହେ ପ୍ରଭୁ ଜଗଦୀଶ।

ହାତ ଟେକଛି ଭରସାକୁ

ରଖ ତୁ ମୋର ଦୃଢ଼ତାକୁ।

ହେ ପ୍ରଭୁ କମଳା ରମଣ

ଉଦ୍ଧରି ଧର ନାରାୟଣ।

ମନ ମୋ ରହୁ ତୋର ପାଶ

ମାଗୁଛି ମୁଁ ଯମୁନା ଦାଶ।

    


Rate this content
Log in

Similar oriya poem from Classics