STORYMIRROR

Jamuna Dash

Others

3  

Jamuna Dash

Others

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
181

         

ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥି ଟି

       ପ୍ରଥମାଷ୍ଟମୀ ଅଟଇ,

ପ୍ରଥମ ସନ୍ତାନ ବନ୍ଦାଣ ବିଧାନ

      ରହିଛି ଭାବକୁ ନେଇ।୧।

ପ୍ରଥମ ସନ୍ତାନ ଆଗମନେ ମିଳେ

      ମାତୃତ୍ଵ ର ମହାନନ୍ଦ,

ଦୀର୍ଘଜୀବୀ ହୋଇ ରହିଥାଉ ସିଏ

      ମନେ ଥାଉ ତା'ର ମୋଦ।୨।

ଶକ୍ତ ହୋଇଥାଉ ମନ ଓ ଶରୀର

      କରିବ ଗୃହ କଲ୍ୟାଣ,

ସାନୁଜ,ସାନୁଜା ଆଦରେ ପାଳନ

      କରି,ପାଉ ଉଚ୍ଚାସନ।୩।

ଜ୍ଯେଷ୍ଠ ର କର୍ତ୍ତବ୍ଯ ସଦା କରୁ ସିଏ

      ପ୍ରଭୁଙ୍କର ଆଶିଷରେ,

ଶ୍ରୀଗଣେଶ, ଷଷ୍ଠୀ ଦେବୀ ରଖିଥାନ୍ତୁ

      ଆୟୁ ଦେଇଥାନ୍ତୁ ତା'ରେ।୪।

ପ୍ରଥମଟି ଥିଲେ ଶୁଭ ଆଚାରରେ

      ଗୃହର ହୁଏ ମଙ୍ଗଳ,

ବଡ଼କୁ ଦେଖିଣ ସାନ ଆଦରନ୍ତି

     ମିଳିଥାଏ ଦମ୍ଭ ବଳ।୫।

ନୂଆ ବସନରେ ମାମୁଁ ପଠାଅନ୍ତି

     ଜ୍ୟେଷ୍ଠ ପାଇଁ ଆଶୀର୍ବାଦ,

କପାଳେ ଚନ୍ଦନ,ମାଆର ବନ୍ଦାଣ

      ଶିରେ ପଡ଼େ ଦୂର୍ବାକ୍ଷତ।୬।

ନୂଆ ବିରି ଆଉ ଚାଉଳରେ ହୁଏ

     ଏଣ୍ଡୁରି ହଳଦୀ ପତ୍ରେ,

ଭୋଗଲାଗି ହୋଇ ବଣ୍ଟା ହୋଇଥାଏ

      ସାହି,ଭାଇ,ଈଷ୍ଟ,ମିତ୍ରେ।୭।

ଜ୍ଯେଷ୍ଠ ର ମଙ୍ଗଳେ ସମାଜ ରଖିଛି

     ପ୍ରଥମାଷ୍ଟମୀ ର ବିଧି,

ସଂସ୍କୃତି ସଂସ୍କାର ସୁନ୍ଦର ଆମର

     ସଦା ରହିଥାଉ ତିଷ୍ଠି।୮।

     



Rate this content
Log in