STORYMIRROR

Sudipta Sundar Mohanty

Romance Inspirational Others

3  

Sudipta Sundar Mohanty

Romance Inspirational Others

ବସନ୍ତ ଆଗମନେ

ବସନ୍ତ ଆଗମନେ

1 min
376

ଋତୁଲ୍ୟ କୁସୁମା କାରୀ ସେଇ

ଆଗମନେ ତୁମ ଧରା ପୁଲକିତ

ଜଡ ଠାରୁ ଚେତନ ପର୍ଯ୍ୟନ୍ତ

ଆନନ୍ଦ ର ସୁଧା ରସ ପାନ କରି

ପ୍ରକୃତି ରାଜ୍ୟ ରେ ନବ ଶିହରଣ

ନନ୍ଦିତ ହୃଦୟର ସମର୍ପଣ ଭରି

ସୁସ୍ୱାଗତ ଋତୁରାଜ ବସନ୍ତ ତୁମରି !


ପତ୍ରହୀନ ଲଣ୍ଡିତ ବୃକ୍ଷ ରାଜି

ନବ କିଶଳୟରେ ମଣ୍ଡିତ ହୋଇ

ନବ ଜୀବନର ଅମୀୟ ପୁଲକିତ ପାଇଁ

ନବ ଅଙ୍କୁରିତ କୋମଳ ଅଗ୍ର ଭାଗ

ସେଥ ସହିତ ପ୍ରସ୍ପୁଟିତ ବୃକ୍ଷ ରାଜି

ରକ୍ତ ବର୍ଷର କାନ୍ତି ତୁଲ୍ୟ ପଳାଶ ଫୁଲ

ମଧୁମୟ ହୋଇ ଉଠିଛି ଆଗମନେ ତୁମର !


କୁଞ୍ଜ କୁଞ୍ଜ ନାନା ବିଧ ପୁଷ୍ପ ସମ୍ଭାର

ମୃଦୁ ମଳୟାନିଳର ଆଲିଙ୍ଗନ

ପୁଷ୍ପରାଜିର ଚତୁଃପାର୍ଶ୍ଵରେ ପରିଭ୍ରମଣ

ମଧୁଲୋଭୀ ମଧୁପ ମାନଙ୍କର ଗୁଞ୍ଜନ

ଆମ୍ର କୁଞ୍ଜ ମଧ୍ୟେ କୋକିଳ ର ପଞ୍ଚମ ତାନ

ଘେନିନିଏ ସେତ ଅମରାବତୀର ଭୁବନ

ଆଗମନେ ତୁମ ହୋଇ ଉଚ୍ଛନ୍ନ !


ବାସଙ୍ଗ କାଞ୍ଚନ କୁରୁବକ ଅଶୋକ

ଆଗମନେ ତୁମ ପୁଷ୍ପରେ ମଣ୍ଡିତ

ପଲ୍ଲବିତ ତାମ୍ର ରଙ୍ଗେ କେନ୍ଦୁଗଛ

ସତେ କି ଏ ବସନ୍ତର ଯାଦୁକାରୀ ସ୍ପର୍ଶ

ରଙ୍ଗ ମହଲର ରଙ୍ଗ ରାଣୀ ପ୍ରକୃତି ରାଜ୍ୟେ

ନବ ଜୀବନ ରଙ୍ଗମୟ ହୋଇ ଉଠେ

ତୁମ ଆଗମନେ ସ୍ବପ୍ନ ବିଭୋର ସର୍ବେ !


ସୁନୀଳ ଆକାଶର ନିର୍ମଳ ବର୍ଷ ବିଭା

ଧୂସର ଧରଣୀର ସୌନ୍ଦର୍ଯ୍ୟ ପିପାସା

ସତେ ଅବା ମୃତ କଞ୍ଚା ଧୂସର ଧରଣୀର

ଆଗମନେ ତାହାର ଘଟିଛି ଜନ୍ମାନ୍ତର

ମଧୁର ବସନ୍ତ କାଳକୁ ମଧୁମୟ କରି

ଆତ୍ମସତ୍ତା ହରାଇବେ ଜନ ଯେ ସବୁରି

ଆଗମନେ ତୁମ ରସବନ୍ତ ଯେ ଭରି !


ଲୀଳାକାରୀ ରସରାଜ ଶ୍ରୀକୃଷ୍ଣ

ପ୍ରେମମୟୀ ପ୍ରିୟା ରାଧାରାଣୀ ସଙ୍ଗେ

ଅବିର ଖେଳନ୍ତି ଗୋପଙ୍ଗନା ସହ

ଫଗୁଣ ର ଫଗୁଳ ଆଭା ଭରି

ରଙ୍ଗକ୍ରୀଡା କରନ୍ତି ଆଗମନେ ତୁମରି

ବିଧାତା ଙ୍କ ତୁମେ କମନୀୟ ସୃଷ୍ଟି

ଯୌବନ ଉଦ୍ଦୀପନା ର ପ୍ରତୀକ

ପ୍ରକୃତି ରାଜ୍ୟରେ ଆଗମନ କିଛି କ୍ଷଣ ପାଇଁ !



Rate this content
Log in

Similar oriya poem from Romance