STORYMIRROR

Kishore Nayak

Tragedy

3  

Kishore Nayak

Tragedy

"ବର୍ତ୍ତମାନ "

"ବର୍ତ୍ତମାନ "

1 min
9

ବର୍ତ୍ତମାନ, 

ଅତୀତ ଆଉ ଭବିଷ୍ୟତକୁ 

ସଂଯୋଗ କରୁଥିବା ଏକ ଅଦୃଶ୍ୟ ସେତୁଟିଏ l


ଆଜି ଆଉ କାଲି ଭିତରେ ଥିବା ଦୂରତାକୁ 

ବାରମ୍ବାର ଚେତାଇ ଦେଉଥିବା 

ଏକ ବୈଚିତ୍ରମୟ ଉପାଦାନ l


ଜୀବନକୁ ଗଢିତୋଳିବାର 

ଏକ ପ୍ରତିଟି ପ୍ରକୃତ ସମୟ

ଶୋଇ ରହି ସ୍ୱପ୍ନ ଦେଖିବାର ନୁହେଁ 

ବରଂ ବାସ୍ତବରେ କିଛି କରିବାର ଏକ ବିସ୍ତୃତ ପୃଥିବୀ 

ଯେଉଁଠି ନିର୍ଦ୍ଧାରଣ ହୁଏ ଆଗାମୀ ଦିନର ଭବିଷ୍ୟତ l


ଅତୀତର ସ୍ମୃତିକୁ ପାଥେୟ କରି 

ବର୍ତ୍ତମାନର ସତ୍ୟତାକୁ ଉପଲବ୍ଧି କରି 

ଆବେଗତାର ସହିତ ଉଦ୍ଦୀପନାର ବକ୍ଷ ଭେଦି 

ପରାକ୍ରମତାର ଦୁର୍ଦ୍ଧଷ ନିଷ୍ଠାରେ 

ଗଢିତୋଳିବାକୁ ହେବ ଆଗାମୀ ଦିନର ଭବିଷ୍ୟତକୁ 

ଛୁଇଁବାକୁ ହେବ ସଫଳତାର ନଭଶ୍ଚୁମ୍ବୀ ଆକାଶକୁ l


ଜୀବନକୁ ସଜାଡିବାର କର୍ମଯୋଗୀଟିଏ ହୋଇ 

ଅତୀତର ଦୁଃଖକୁ ଭୁଲି ପୁଣି ଅଣ୍ଟା ଭିଡି ଉଠିବାକୁ ହେବ 

ଅଦମ୍ୟ ସାହସର ସହିତ ଅନୁବର୍ତ୍ତିତ ଉତ୍ସାହରେ 

ପରିସ୍ଥିତିର ପ୍ରତିଟି ସ୍ଥିତିକୁ ସାମ୍ନା କରି ପାରିଲେ 

ଦେଖିବ ସଫଳତାର ଅମୃତ ଆନନ୍ଦ ତୁମକୁ କିପରି 

ଅଦୂରରେ ହାତଠାରି ଡାକୁଛି l


ଆଉ ଏଇତ ଜୀବନ 

ଗୋଲାପର ଶଯ୍ୟା ନୁହେଁ, ଜୀବନ ଯୁଦ୍ଧରେ 

ଅନବରତ ସଂଘର୍ଷର ଏକ ବାର୍ତ୍ତାବହ ଏଇ ବର୍ତ୍ତମାନ l


Rate this content
Log in

Similar oriya poem from Tragedy