Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ବର୍ତ୍ତମାନ

ବର୍ତ୍ତମାନ

1 min
222


ବର୍ତ୍ତମାନ


ବର୍ତ୍ତମାନ ସୃଷ୍ଟି  ସ୍ୱସ୍ତିକର ଚକ୍ର 

   ନିୟମିତ ସଞ୍ଚାଳିତ 

ନିକଟ ଭବିଷ୍ୟ  ହେବ ବର୍ତ୍ତମାନ 

   ଗତକାଲି କୁ ଅତୀତ ।

ବୁଦ୍ଧି ଓ ବିବେକ ରଥୀ ଓ ସାରଥି

   ମହାକାଳ ସଂସ୍ଥାପକ

ସମୟର ଗତି  ଜୀବନ ଭୂମିକା

   ଅଟେ ବଡ଼ ନିର୍ଣ୍ଣାୟକ ।

ଦ୍ରୃତଗତି ଅଟେ ବିପଦ କାରଣ

   ଅଗତି ହାନିକାରକ

ହୀନ ମନ୍ଦ ଗତି ନୁହେଁ ଅନୁକୂଳ

   ସ୍ୱଚ୍ଛନ୍ଦ ଅଟେ ମଙ୍ଗଳ ।

ସବୁଜ ସୁନ୍ଦର ଶାନ୍ତ ପରିବେଶ

    ସାମାଜିକ ସଦ୍ଭାବନା

ବିକଶଇ ମୁକ୍ତ ସୁଗୁଣ ସୈ।ରଭ

    ସୁସାହିତ୍ୟ ସୁଚେତନା ।

ସ୍ନେହ ସୁସମ୍ପର୍କ ନିବିଡ଼ ସୁଦୃଢ଼

   ବର୍ତ୍ତମାନ କରେ ଥୟ

ହସେ ପରିବାର ସୁଖ ଓ ସୈ।ହାର୍ଦ୍ଦେ

    ସୁବିଶ୍ୱ।ସ ହୁଏ ଦୃଢ଼ ।

ଅନିଶ୍ଚିତ ଅବା ଅଥୟ ଅସ୍ଥିର

   ଯଦି କାଳ ବର୍ତ୍ତମାନ

ଦୁଃଖ କଷ୍ଟ ଭୋଗ ନଷ୍ଟ ବି ଅଦୃଷ୍ଟ

   ଜୀବନଟା ମୂଲ୍ୟହୀନ ।

ଅଜଗର ପ୍ରାୟ ଆଳସ୍ୟତା ହିଂସା  

   ସମାଜର କରେ କ୍ଷତି

ସ୍ୱ।ର୍ଥ ସିଦ୍ଧି ପାଇଁ ମନୁଷ୍ୟ ନହେଉ

   ନିଆଁ ଗିଳା ପ୍ରତିଦ୍ୱନ୍ଦୀ ।

ସୁଷମ ସୁଲଭ ପ୍ରଗତି ଓ ନୀତି

    ଛୁଇଁ ଯାଉ ପ୍ରତି ପ୍ରାଣ

ବିକଶୁ ଶକତି ସ୍ୱଚ୍ଛ ଦିବ୍ୟ ତେଜ

    ଘୁଞ୍ଚୁ ଦାରିଦ୍ର୍ୟ କଷଣ ।

ରଥ ଆଉ ପଥ ହେଉ ସୁରକ୍ଷିତ

   ଗୁରୁତ୍ଵପୂର୍ଣ୍ଣ ଜୀବନ

ବର୍ତ୍ତମାନ ହେଉ ନିତ୍ୟ ଚିରନ୍ତନ

   ଗତିଶୀଳ ଅନୁକ୍ଷଣ ।


Rate this content
Log in

Similar oriya poem from Action