STORYMIRROR

Antaryami Sahu

Classics Others

4  

Antaryami Sahu

Classics Others

ବର୍ଷାଋତୁ

ବର୍ଷାଋତୁ

1 min
438


ମେଘନାଦ ଘଡଘଡି ବିଜୁଳି ଚମକ,

ସୂର୍ଯ୍ୟ ଚନ୍ଦ୍ର ମଣ୍ଡଳ ଆକାଶେ ଦିଶିଲାକ ହେ ।।


ଘଡଘଡି ଶବ୍ଦେ ଗଗନ ବିକ୍ଷୁବ୍ଧ ହେଲା,

ମେଘ ଉଠି ସୂର୍ଯ୍ୟ ଚନ୍ଦ୍ର ତାରା ଯୋଡାଇଲା ହେ ।।


ବ୍ରହ୍ମ ସ୍ୱରୂପ ହେଲେହେଁ ଜୀବ ଗୁଣଦ୍ଵାରା,

ଆଚ୍ଛାଦିତ ହୋଇ ନିଜ ଜ୍ଞାନହାରେ ପରା ହେ ।।


ନି6ର୍ଲପ ଗଗନେ ମେଘମାଳା ଆଚ୍ଛାଦିଲେ,

ଶୋଭାନ ଦିଶିଲା ବ୍ୟୋମ ବଳାହକମେଳେ ହେ । ।


ରାଜା ଯେସନେ ପ୍ରଜାଙ୍କ ଦୁଃଖ ସୁଖବୁଝେ ,

ଦିବାକର ତେମନ୍ତ ପୃଥିବୀ ଦୁଃଖ ବୁଝେ ହେ । ।


ପ୍ରଜା ଠାରୁ ନୃପତି ଯେସନେ କରନ୍ୟନ୍ତି,

ଅଷ୍ଟମାସ ଯାଏ ଜଳ ତପନ ଶୋଷନ୍ତି ହେ ।।


ବସୁଧା ଅଟଇ ପ୍ରଜା ନୃପ ଦିବାକର,

ସଂପର୍କ ଦୁହିଁଙ୍କ ମଧ୍ୟେ ଅତି ଘନିଷ୍ଟର ହେ । ।


ପ୍ରଜାପୀଡା ଦେଖି ରାଜା ଦୟା ପରବଶ,

ନିଜ ଜୀବନ ଉତ୍ସର୍ଗ କରନ୍ତି ଅବଶ୍ୟ ହେ । ।


ବର୍ଷାଋତୁ ଆସନ୍ତେ ତପନ ସେହିମତେ,

କୀରଣ ରୁପି ହସ୍ତେ ବର୍ଷିଲେ ତୋଷଚିତ୍ତେ ହେ ।।


ସକାମ ତପସ୍ୟା ଯେହ୍ନେ ସ୍ଵାସ୍ଥ୍ୟର ଦୁର୍ବଳ,

ହୃଷ୍ଟପୃଷ୍ଟ ହୁଏ ମିଳିଲେ ତପସ୍ୟା ଫଳ ହେ ॥


ସେହି ମତେ ଗ୍ରୀଷ୍ମ ତାପେ ପୃଥ୍ବୀଶୁଷ୍କ ଥିଲା,

ଲଭି ବର୍ଷାଜଳ ଶ୍ୟାମଳ ସୁନ୍ଦର ହେଲା ହେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics