Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ବରଷାରେ ପିଲା ଦିନ

ବରଷାରେ ପିଲା ଦିନ

1 min
267



ଶ୍ରାବଣ ଆସିଲା ବରଷା ଝରିଲା

ନଈ ପୋଖରୀ ରେ ଭରିଲା ଜଳ,

ଦେଖି ସେଇଦୃଶ୍ୟ ମନେ ହୁଏ ଖୁସି

ମନେ ପଡେ ପିଲା ଦିନର ବେଳ l

ଝର ଝର ହୋଇ ବର୍ଷା ଝରୁଥାଏ

ସାଙ୍ଗ ସାଥି ମେଳେ ଯାଉ ଗାଧୋଇ,

ପୋଖରୀ ପାଣିରେ ପହଁରୁ ଖୁସିରେ 

ସମୟ ଟି ଜଣା ପଡଇ ନାହିଁ l

ବରଷା ହୋଇଲେ ପଦ୍ମ ପତ୍ର ତୋଳି

ମଥା ଉପରେ ଛତା ପରାଏ ଧରି,

ବେଙ୍ଗ ବେଙ୍ଗୁଲି ଙ୍କ ଗୀତ ଗାଉଥାଉ

କେଁ କଟରକେଁ ର ଶବଦ କରି l

ବିଦ୍ୟାଳୟ ଗଲେ ବଡ଼ ମଜାକରୁ

ବର୍ଷା ଯୋଗୁଁ ପାଠ ପଢା ହୁଏନା,

ପଦ୍ୟାନ୍ତର ପ୍ରତିଯୋଗିତାହୁଅଇ 

ପଏଣ୍ଟ ଖାଇଲେ ଚିଡ଼ାନ୍ତି ସିନା l

ପଥ ଧାରେ ଟିକେ ଜଳ ଧାର ଦେଖି

ରଫ ଖାତାରୁ ଚିରା ହୁଏ କାଗଜ

ଡ଼ଙ୍ଗା କରିତାକୁ ଭସାଉ ସେଠାରେ

ଭାସିଯାଏ ଡ଼ଙ୍ଗା ଲାଗେ ମଉଜ l

ତିନ୍ତି ବୁଡି ଯେବେ ଘରେ ଫେରି ଆସୁ

ଅଧା ଛୁଟି ବିଦ୍ୟାଳୟ ଆମର,

ଖସଡ଼ା ବାଟରେ ପଡିଗଲେ କେବେ

କାଦୁଅରେ ବୁଡ଼େ ଆମ ଶରୀର l

ଘରେ ଆସି ମୁଢି ନଡ଼ିଆ ପକୁଡି

ଖାଇଥାଉ ଲାଗେ କେତେ ମଧୁର,

ବାଡ଼ି ବଗିଚାରୁ ଛତୁ ତୋଳା ମଜା

ଖାଇବାକୁ ପତ୍ର ପୋଡା ତାହାର l

ଥଣ୍ଡା ହେବ ବୋଲି ବୋଉ ପୋଛିଦିଏ

ତେଲ ମାରେ ଗୋଡ଼ଟିରେ ଆମର,

ତା ସ୍ନେହ ଶରଧା ପାଇବାକୁ ଟିକେ

ପିଲା ଦିନେ କେତେ ଅଝଟ ସ୍ୱର l

ଜ୍ୱର ହୋଇଗଲେ ଛୁଟି ମିଳଇ

ଘରେ ଶୋଇଥାଉ ବାହାନା ନେଇ,

ଇଞ୍ଜେକ୍ସନ ନାଆଁ ଶୁଣି ଡର ଲାଗେ

ସବୁ ଜ୍ୱର ଯାଏ କାହିଁ ଉଭେଇ l


ବର୍ଷା ଦିନଟି ରେ ପିଲା ବେଳ ସ୍ମୃତି

ମନେ ପଡେ ଯେବେ ଝୁରେ ଅନ୍ତର,

ଫେରିଆସନ୍ତା କି ସେହି ପିଲାଦିନ

ସପନ ଦେଖିବାଖାଲି ସେ ସାର ll


Rate this content
Log in

Similar oriya poem from Inspirational