ବରଷା ରାଣୀ ତୋ ଆଖିର ପାଣି
କେତେ ଗଉଣୀ ତୁ ଆଣିଛୁ ଛାଣି
ଟୋପା ଟୋପା ବର୍ଷା ବାରି ଖସୁ ଗଉଣୀ
ବିଞ୍ଚି ହୋଇ ଯାଉ ଧରାରେ ଜମିରେ ପାଣି
ଫସଲ ହୋଇବ ଫୁଲ ବି ଫୁଟିବ
ଫଳ ଭାରେ ଗଛ ଭୂଇଁରେ ଲୋଟିବ
ଫୁଲ ଫୁଟି ବାସ ଛୁଟିବ
ବେଙ୍ଗ ବେଙ୍ଗୁଲି କେଁ କଟର କହିବ
କାହିଁକି ଏମିତି ବେଙ୍ଗ କହେ ମୁନା ପଚାରିବ
କହିଦିଅ ଜେଜେମାଆ ମୁନି ସପ ବିଛେଇବ
ଜେଜେମାଆ କହିବେ ତୁମ ଜନ୍ମଦିନେ
ଉପହାର ଭିତରେ ଖୋଜ ଫୁଲ ସଦନେ
ଏବେ ଚାଲ ନିଜ ହାତେ ଫୁଲ ଗଛ ଲଗାଇବ
ଫୁଲ ପାଇଁ ଅନ୍ୟ ଉପରେ ନିର୍ଭର ନକରିବ
ସେହିକଥା କହିବାକୁ ବେଙ୍ଗ ନିଜ ଭାଷା ଭାଷେ
ବେଙ୍ଗୁଲି କହୁଛି ଚାଲ ପ୍ରକାଶିବା ମଣିଷ ପାଶେ
ସେଥିପାଇଁ ଜେଜେ ଯାଇ ପଶୁ ପକ୍ଷୀ କୀଟ ଭାଷା
ପଢି ଠାଵ କରି କହିବେ ନିଜ ମାତୃଭାଷା
ମୁନା ମୁନି ବାହାରିଲେ ଫୁଲ ଚାରାନେଇ
ପୋତିବେ ବରଷା କାଳେ ଗଛ ଯିବ ଚେଇଁ
ଫୁଟି ଲୋଟି ବାସ ଚହଟି ମନ ନେବ କିଣି
ମୁନା ମୁନି କହିବେ ଧନ୍ୟବାଦ ମେଘରାଣୀ
ବରଷା ରାଣୀ ଆଖିର ପାଣି
ପିଇଲେ ଛାଣି ସେ ପାରିବ ଜାଣି
ତା ପାଇଁ ଧରା ନାଚେ ଖୁସିରେ ପୁଣି
କହିବ ମେଘ ବରଷା ବାଘ ନେ ଗଉଣୀ
ପୋଛିଦେଇ ଆଖିରୁ ପାଣି ଯାଆ ଉଜାଣି
ଆରବର୍ଷ ଆସିବୁ ଧରି ମୌସୁମୀ ଗଉଣୀ