STORYMIRROR

Dr.Sashi Bhushan Mohapatra

Classics

4.8  

Dr.Sashi Bhushan Mohapatra

Classics

ବର୍ଷାର ଡାଏରୀ

ବର୍ଷାର ଡାଏରୀ

1 min
57



ବେଳେ ବେଳେ ଫୁରୁ ଫୁରୁ 

କେବେ ଦୁଲୁ ଦୁଲୁ ବର୍ଷା

ସାରା ଆକାଶ ଚିକ୍ ମିକ୍ କରି

ବାଘର ହେଣ୍ଟାଳ ରଡ୍ଡି ଛାଡ଼ି

ଥରାଏ ଛାତି,କେବେ ବଢାଏ ହୃଦୟ ଗତି।


ନୀଳ ରଙ୍ଗ ଆକାଶ,ହଜାଏ ରଙ୍ଗ

କିଟିକିଟି କଳା ଦିଶେ ମେଘମୟ ଆକାଶ

କଇଁଫୁଲ,ଜହ୍ନିଫୁଲରେ ହସେ ଧରା

ମେଘରାତିରେ ତାରା ଗୋଟେ ଗୋଟେ ହିରା

ବର୍ଷା କିନ୍ତୁ ଅବିରାମ ସିଂଚୁଥାଏ 

ବାଦଲରୁ ଜୀବନର ଅମୃତ ଧାରା।


ବର୍ଷଣମୁଖର ବର୍ଷା ଭାରି ଅମାନିଆ

ହୋଲି ପିଚିକାରିପରି ପିଚିକା ମାରେ ସଭିଙ୍କୁ

ଛାଡେ ନାହିଁ, ଛୁଇଁଦିଏ ଦେହକୁ

ଜାକିଜୁକି ଲାଜେଇ ଯାଆନ୍ତି

ରାସ୍ତାରେ ସାଇକଲ୍ ସ୍କୁଟିଧରି ଯାଉଥିବା ଝିଅ।


ବର୍ଷଣ ଆକାଶସିନା ରଙ୍ଗହୀନ

ପୃଥିବୀ ପାଲଟେ ରଙ୍ଗଶାଳା

ସବୁଜ ଘାସର ଶାଢୀ ପିନ୍ଧେ ମାଟି

ଚାରିଆଡ ବୃକ୍ଷଲତା ସବୁଜିମାଭରା,

ରଙ୍ଗ ବେରଙ୍ଗ ଫୁଲର ଆକର୍ଷଣରେ

ପ୍ରଜାପତି ଫୁଲରୁ ଫୁଲକୁ ଉଡି ନଦିଏ ଧରା।


ବେଳେ ବେଳେ ବର୍ଷ

ା ଅଚାନକ

ପବନରେ ଝୁଲି ଝୁଲି ଦୋହଲାଏ ଗଛ

ଭାଙ୍ଗିଦିଏ ଝାଟିମାଟି ଘର

ଘର କାନ୍ଥରେ ଖେଳେ ସର୍କସ୍ ଖେଳ,

ବର୍ଷା ବି ଝୁମେ ମାତାଲ ପ୍ରାୟ

ପିଲା ବି ପଡିଆରେ ହାତଧରି ଝୁମନ୍ତି

ବହୁଥିବା ନାଳ ପାଣିରେ କାଗଜ ଡଙ୍ଗା ଭସାନ୍ତି।


ଆଖି ଦେଖେ ବର୍ଷାଭରା ଏତେ ଦୃଶ୍ୟ

ମନ କାହାର ଖୋଜେ ପ୍ରୀତିବର୍ଷା

ବର୍ଷନ୍ତା କି ବର୍ଷା ସାଥେ,

ପ୍ରତୀକ୍ଷାକରି ରହିଥାଏ କେହିଜଣେ

ମନଭରି ଭିଜିବାକୁ ଝର୍କା ସେପାଖେ।


ଏ ବର୍ଷା ଉଖାରିଦିଏ

ମନତଳ ଯେତକ ଅକୁହା କଥା,

ନିଆଁ ଲାଗୁ କି ନଲାଗୁ

ହୃଦୟ ଜଳିଯାଏ, ଜଦି ବର୍ଷା 

ରାତିସାରା ଅବିରାମ ଧାରାରେ ବର୍ଷୁଥାଏ। 


ମନେପଡେ ପଢାଦିନ

କେମିତି ତିନ୍ତିବାକୁ ଭାରି ଭଲଲାଗେ

ରାସ୍ତାରେ,କଲେଜରେ ନୀଳପରୀମାନଙ୍କ ଆଗେ,

ହୁଅନ୍ତାନି ବର୍ଷା ସାତଦିନ ସାତରାତି

ବାଲକୋନିରେ ବସି ତନ୍ମୟହୋଇ

ଅପଲକ ନୟନରେ, ମନଭରି

ଦେଖୁଥାନ୍ତି, ଲେଖୁଥାନ୍ତି ବର୍ଷାର ଡାଏରୀ।



Rate this content
Log in

Similar oriya poem from Classics