ବର୍ଷାର ଆବାହନୀ
ବର୍ଷାର ଆବାହନୀ
ମେଘ ଦୁଲୁକୁଛି ଆକାଶ ସାରା,
ବରଷି ଯିବାକୁ ମୂଷଳ ଧାରା।
ବିଜୁଳି ଚମକେ ମେଘ ରାଇଜେ,
ମାଦଳ ସମାନ ବଜ୍ର ଗରଜେ।
ମୌସୁମୀ ବରଷା ଆକାଶୁ ଝରେ,
ଚାଷୀ ତା' ଉପରେ ଭରସା କରେ।
ବରଷା ହୋଇଲେ ଧରଣୀ ହସେ,
ନଈ ବଢି ପାଣି ଗାଆଁରେ ପଶେ।
ଅତି ବରଷାରେ ବନ୍ୟା ଆସଇ,
ଘରଦ୍ୱାର କେତେ ନିଏ ଭସାଇ।
ସବୁଜ ବସନ ପିନ୍ଧଇ ଧରା,
ବିଲ-ବାଡି-କ୍ଷେତ ଦିଶଇ ତୋରା।
ସବୁଜ ଫସଲେ ଲହରେ କ୍ଷେତ,
ଚାଷୀର ମନ ହୁଏ ପ୍ରଫୁଲ୍ଲିତ।
ଗ୍ରୀଷ୍ମର ପ୍ରକୋପ ପଡେ ଶିଥିଳ,
ବର୍ଷା ଜଳ ଭରେ ତଡାଗ ନାଳ।