STORYMIRROR

Bishnupriya Palatasingh

Romance

3  

Bishnupriya Palatasingh

Romance

ବର୍ଷାଭିଜା ମୁହୂର୍ତ୍ତ

ବର୍ଷାଭିଜା ମୁହୂର୍ତ୍ତ

1 min
309


ଚଳଚଞ୍ଚଳ ସହରକୁ ପଛ କରି 

ପ୍ରେମାଳାପରେ ବିଭୋର ଦୁହେଁ…..

ସବୁଜ ବନାନୀକୁ ଦୂରରୁ ଦେଖି 

ସ୍ୱପ୍ନିଳ ଆଖି ମୋ ଉତ୍ଫୁଲିତ ହୁଏ……


ତୃପ୍ତିମୟ ହୁଏ ମୋ ହାତ ପାପୁଲି 

ପାଇ ତୁମ ଆର୍ଦ୍ର ଛାତିର ସ୍ପର୍ଶ…..

ରୋମାଞ୍ଚଭରା ଭିଜା ଦେହ ଆମ 

ଲାଜ ଆଢୁଆଳେ ଲେଖେ ସଂଳାପ ।


ବାଟବଣା ହୁଏ ମୋ ଛାତିର ସ୍ପନ୍ଦନ 

ତୁମ ଆଖିରେ ଆଖି ମିଶିଲା ପରେ

ଅଲାଜୁକି ବର୍ଷା ଇର୍ଷାନ୍ୱିତା ହୁଏ 

ଦେଖି ମୋତେ ତୁମ ବାହୁ ବନ୍ଧନରେ ।


ପାହାଡ଼ ଉହାଡୁ ଧୂମ୍ର ଆସ୍ତରଣ 

ମିଳନ ଛବିରେ ଅଦେଖା ରଙ୍ଗ ମାଖେ….

ଶୀତ ବାରିଧାରା ତପ୍ତ ଓଠ ଦେଖି 

ଆକାଶ ପୃଷ୍ଠାରେ ପ୍ରେମ କବିତା ଲେଖେ ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance