ବର୍ଷା
ବର୍ଷା


ଗ୍ରୀଷମ ତାପ ତେଜି ମହି,
ବରଷା ଋତୁ ଯେ ଆସଇ ।
ଆଷାଢ଼ ଶ୍ରାବଣ ଯେ ଦୁଇ,
ଏହାକୁ ବର୍ଷା ଋତୁ କହି ।
ମେଘ ଗରଜେ ଘନ ଘନ,
ପ୍ରଖରେ ବହଇ ପବନ ।
କାଶତଣ୍ଡିରୁ ଫୁଟେ ଫୁଲ,
ଧବଳ ଦିଶେ ମହି ତଳ ।
କାଦୁଏ ଭରା ରାସ୍ତାଘାଟ,
ଜଳରେ ଭେକର ଉଚ୍ଚାଟ ।
ବିଜୁଳି ମାରେ ରହି ରହି,
ତା ଶଦ୍ଦେ କମ୍ପିଉଠେ ମହି ।
ସରିତେ ବହେ ଜଳଧାର,
ବର୍ଷାରେ ଖାଏ ଦୁଇ ତୀର ।
ମେଘ ବରଷେ ତୁହା ତୁହା,
ପଥିକେ ନ ମିଳଇ ରାହା ।
ସର୍ପ ସଙ୍କୁଳ ମାଳ ମାଳ,
ସରିସୃପ ତ ପଲ ପଲ ।
କୃଷକ ଧରିଣ ଲଙ୍ଗଳ,
ଚାଷକୁ ଧରି ଯାଏ ହଳ ।
ଚାଷୀର ମନେ ଫୁଟେ ହସ,
ମୟୁରୀ ନାଚେ ଧରି ବେଶ ।
ଚାତକ ନାଚେ ଆନନ୍ଦରେ,
ଜଳ ପିଇଣ ସ୍ବଛନ୍ଦରେ ।
ଗଗନେ ଅନ୍ଧକାର ଘୋଟେ,
ହେମାଳ ପବନ ପ୍ରକଟେ ।
ବହୁଳ ଜଳେ ସର୍ବନାଶ,
ଜଳ ବିହୁନେ ଧ୍ବଂସ ଦେଶ ।
ବରଷା ଜଳ ହିତକାରୀ,
କେହି ନୁହଇ ତାହା ସରି ।
ଏମନ୍ତେ ବର୍ଷା ଋତୁ ଆସେ,
ଧରିତ୍ରୀ ଏହା ଦେଖି ହସେ ।