STORYMIRROR

sudhakar sethi

Romance

3  

sudhakar sethi

Romance

ବର୍ଷା

ବର୍ଷା

1 min
53


ତୁମ ସହ ଭିଜିବାକୁ ଭାରି

ଭଲ ଲାଗେ, ଵେଳ ଅବେଳରେ 

ଖିଆଲି ମନରେ 

ସ୍କୁଲ ଫେରନ୍ତା ରାସ୍ତାରେ 

ଫୁଟବଲ ପଡିଆରେ 

ଅବା ସଵୁଜ ଘାସଗାଲିଚାରେ ।


ତୁମ ସହ ନିବିଡତାକୁ ନେଇ

ତାର ଈର୍ଷା ବଢେ

କଲେଜ ଯିବା ରାସ୍ତାରେ 

ହଠାତ ଭିଜାଇ ଦିଏ 

କିରିକିରା ମାରେ

ତୁମ ଦେହର ବାସ୍ନାକୁ 

କରିଚାଲେ ଆଘ୍ରାଣ 

ଗୋଲାପୀ ଓଠକୁ ଛୁଇଁବାକୁ 

ଚାଲେ ପ୍ରତିଯୋଗିତା 

ସେ ଥକନେ ଭିଜାଇ ଚାଲେ

 ଅନବରତ 

ନିଆଁ ଜଳୁଥାଏ

 ଦେହରେ ମନରେ ।


ତା ନିଆଁ ଲଗା ଆଖିରେ

ବାଦ ପଡେନି

ଯୁଆଡେ ଗଲେ 

ହଟଲାଗିଲା ଭଳି

ଓଗାଳେ ପଥ

ତା ଉପସ୍ଥିତି ଯନ୍ତ୍ରଣା ଦିଏ

ରୀତିମତ ଚାଲେ କସରତ ମୋ 

ମୁଣ୍ଡ ଉପରେ ତୁମ ପଣତ 

ରୋକିପାରେନା 

ଦିହେଁ ଗୋଟାପଣେ ସନ୍ନିପାତ ।


ପୁରୁଣା କାଶଟା ଦାଉ ସାଧେ

ତୁମ ସତ ଚେଷ୍ଟା ରୋକିପାରେନା 

ରାତିସାରା ଅନିଦ୍ରା 

ଅବେଳରେ ନାତୁଣୀକୁ

ଛାଡି ଆସୁଆସୁ 

ଦେଲା ଭିଜାଇ ଗୋଟାପଣ

ସତରେ ତାର କେତେ ହିଂସା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance