ବର୍ଷା
ବର୍ଷା


ଆଷାଢର ଆଶ୍ଳେଷରେ
ଆକାଶରୁ ଆକାଶେ ମୋହ
ଝର ହୋଇ ଝରିପଡେ
ପୄଥିବୀ ପୄଷ୍ଠାରେ ।
ଭିଜାମାଟିର ମହକରେ
ମହକି ଯାଏ ଧରାଙ୍ଗନା,
ନିଦାଘର ଶୁଷ୍କ ମାଟି
ପାଟିଏ ପାଣି ପିଏ,
ପାଦପର ପତ୍ର ମୁଣ୍ଡ ଟେକେ,
ଜୀବଜଗତ ଜୀବନ ପାଏ,
ଶୀତଳତାର ସ୍ପର୍ଶରେ
ଘୁମେଇ ପଡନ୍ତି ଘର୍ମ ।
ଚାଷୀର ସ୍ବପ୍ନ ସବୁ କୁରୂଳି ଉଠନ୍ତି
ସଜ ଫୁଟା ଫୁଲ ପରି,
ହୄଦୟରେ ଆବେଗଙ୍କ ସମାବେଶ,
ମନରେ ମତୁଆଲା ତରଙ୍ଗ
ଅଧରରେ ଆତ୍ମ ତୄପ୍ତିର ହସ
ଆଶାର କ୍ଷେତରେ
ବିଶ୍ବାସର ବୀଜ ଗଜୁରି ଉଠେ ।
ମେଘ ଓ ମାଟିର ମିଳନ ପର୍ବରେ
ଉତଫୁଲ୍ଲିତ ଜଗତ
ଅଜସ୍ର ଆଶିଷ ଅଜାଡି ଦିଏ,
ଖୁସିରେ ସାଉଁଟି ନିଏ ବର୍ଷା
ପ୍ରତିବର୍ଷ ଆସିବ ବୋଲି
ପ୍ରତିଶ୍ରୁତି ଦେଇ ।