STORYMIRROR

Aishwarya Mishra

Inspirational Children

2  

Aishwarya Mishra

Inspirational Children

ବରଷା

ବରଷା

1 min
169

ନିଦାଘର ଅନ୍ତେ ଏହି ଧରାଧାମେ ବରଷା ଆସିଛି ଧାଇଁ 

ରୁଦ୍ର ବୈଶାଖର ପ୍ରଚଣ୍ଡ ତାପରୁ ଉଦ୍ଧାର କରିବା ପାଇଁ ।। ୧ ।।


ଶ୍ରାବଣ ସହିତେ ମୌସୁମୀ ଆସନ୍ତେ ଝରଇ ବରଷା ପାଣି

ସବୁଜ ରଙ୍ଗର ଶାଢୀରେ ସୁଂଦର ଦିଶଇ ଧରଣୀ ରାଣୀ

ବନେ ଉପବନେ ମୟୂର ନାଚଇ ଆନନ୍ଦେ ବିଭୋର ହୋଇ

ନିଦାଘର ଅନ୍ତେ ଏହି ଧରାଧାମେ ବରଷା ଆସିଛି ଧାଇଁ ।। ୨।।


ବରଷାର ଛନ୍ଦେ ଭିଜାମାଟି ଗନ୍ଧେ ମନ ହୁଅଇ ବିଭୋର

ନବ ପଲ୍ଲବରେ ହୋଇ ପଲ୍ଲବିତା ପାଦପ ଦିଶେ ସୁନ୍ଦର ।। ୩ ।।


ନାଲି ଟୁକୁ ଟୁକୁ ସାଧବ ବୋହୂଟି ଘାସ ଗାଲିଚାରେ ଖେଳେ

ବେଙ୍ଗୁଲୀ ଗାଉଛି ପୀରତିର ଗୀତି ଦେଖ ସାରୁବୁଦା ମୂଳେ

ବିଜୁଳି ଚମକେ ଘଡ଼ଘଡ଼ି ଶବ୍ଦେ ଆସିଛି ବରଷା ଧାଇଁ 

ରୁଦ୍ର ବୈଶାଖର ପ୍ରଚଣ୍ଡ ତାପରୁ ଉଦ୍ଧାର କରିବା ପାଇଁ ।। ୪ ।।


ସବୁଜିମା ଭରା କ୍ଷେତର କୋଳରେ ହସଇ କୃଷକ ଭାଇ

ବୁଣିବାକୁ ସ୍ନେହ ଆନନ୍ଦ ଧରାରେ, ଆସିଛି ବରଷା ଧାଇଁ ।। ୫ ।।


Rate this content
Log in

Similar oriya poem from Inspirational