ବର୍ଷା
ବର୍ଷା
ବର୍ଷା ଗୋ ତୁମେ
ଆଉ ଝରନାହିଁ
ଭିଜଇ ମୋ ତନୁ ମନ
ଲୁହରେ ଭିଜିଛି
ହୃଦୟଟା ମୋର
କୋହ ପୂର୍ଣ୍ଣ ମୋ ସ୍ପନ୍ଦନ
ଅତୀତ ଜଳାଏ
ଯନ୍ତ୍ରଣା ଜୁଇରେ
ବ୍ୟାକୁଳତା ଯାଏ ଭରି
ପାରିବନି ତୁମେ
ଶୀତଳ ପରଶେ
ହୃଦୟରୁ ଅପସରି.
ନିରୋଳାରେ କେବେ
ଆସିବନି ତୁମେ
ଭିଜିବାର ଇଚ୍ଛା ନେଇ
ଭରସା ତୁଟିଛି
ବିଶ୍ୱାସ ହଟିଛି
ଆଖି ଲୁହ ପିଇ ପିଇ.
ଫେରିଯାଅ ତମେ
ମୋ ଠିକଣା ଭୁଲି
ମନୁ ପୋଛି ଅନୁରାଗ
ବୈଶାଖୀକୁ ପରା
ଆଦରି ନେଇଛି
ପିନ୍ଧି କଳଙ୍କର ଦାଗ.
ଜଳୁଛି ଜୀବନ
ସହୁଛି କଷଣ
ତଥାପି ଜିଁଇଛି ହସି
କଳଙ୍କିତ ଆଜି
ଇତିହାସ ମୋର
ଶାପଗ୍ରସ୍ତ ବାରମାସୀ ।