ବର୍ଷା
ବର୍ଷା
ଜଙ୍ଗଲକୁ ବର୍ଷା ଆସ
ହେଜ ରୁକ୍ଷ ମାଟି ବ୍ୟଥା
ବୃକ୍ଷଲତା ଆଚ୍ଛାଦିତ
ପଲ୍ଲଭିତ ସ୍ବାଭିମାନେ ଟେକି ଥାଏ ମଥା ,
ବନ ଫୁଲ ମାନଙ୍କ ମହକ
ଫୁଟି ଝଡୁଥାଏ ନିତି କେତେ
ନାହିଁ ତାର ପ୍ରଶଂସକ କିଏ,
ଆଷାଢ଼ ,ଶ୍ରାବଣ, କି ବସନ୍ତ
ସବୁ ଋତୁ ତାହାପାଇଁ ଏକା ।
ପଶୁପକ୍ଷୀ କୋଳାହଳ
ଫଳମୂଳ ମୃଗ ଦଳବଳ
ଭଣଭଣ ଫେଣାର ମଧୁପ୍
ସଂଗ୍ରହ୍ କରନ୍ତି ପରାଗ
ସଂଚୟ ପର ହୀତ ପାଇଁ,
ଭଳୁକ ଚାଟଇ ମାଟି
ଆସ୍ୱାଦନ ନର୍ଭୟରେ ମଧୁ
ଆମ୍ବ ଜାମୁ ପଣସ ଆହାର
ଜଙ୍ଗଲ ମଧ୍ୟେ ନିର୍ଭୟେ ବିହାର।
ତାଳ ଦେଇ ନାଚି ଯାଏ
ଡେଇଁ ଡେଇଁ ଡ଼ିଆଁ ଖେଳେ
ପଥରକୁ କରି ସାଙ୍ଗ
ଶିକ୍ଷା ତାର ନିର୍ମଳ ହ୍ରୁଦୟ
ଥିଲା କନ୍ୟା ହେଲା ବଧୂ
ବାପଘର ଜଙ୍ଗଳରୁ ଶାଶୁଘର ସହର୍ ଯାଏଁ
ଦୁହିତାରୁ ସରିତା ହୁଏ ,
ସଂସାର ସମ୍ଭାଲେ
ପୁଣି ପୂଣ୍ୟ ମହାସିନ୍ଦୁ ପାଏ।
ପ୍ରକମ୍ପିତ କେକା ରଵ
ପୁଛ ଟେକି ସାତ ରଙ୍ଗ
ହସ୍ତୀ ବିଚରଣ କରେ
ମାଙ୍କଡଙ୍କ ଉପଦ୍ରବ ଦେଖି
ଚିତା ବାଘ ରୋଶ ବସ ଗଛ ଚଢ଼େ
ଶୃଗାଳ ଖୋଜେ ମୃଦାର
ଠେକୁଆ ଗାତରେ ଲୁଚେ
ଝିଙ୍କାରି, ଗୋଧି, ନେଉଳ
ସାପ ସାଥେ ରଣ ରତ
କିଏ କାହାପାଇଁ ସହା
ଯଦିଓ କେ କରେ ନାହିଁ
ସବୁ ଶୃଙ୍ଖଳାରେ ଚାଲେ।
ମହୁଲ ମଦିରା ରାତି ପୁଣି
ନିଦରେ ନିସ୍ତବ୍ଦ ଓଁ କାର ଝଙ୍କାର
ସତେକି ତପସ୍ୱୀର ନାଦ ବ୍ରହ୍ମ
ଗୃହସ୍ତିର ମହା ନିଦ୍ରା ଦେହ
ସବ ପରି ଶୋଇଛି ଜଙ୍ଗମ୍,
ବାତ୍ୟା, ବନ୍ୟା, ମରୁଡି ଅଭୟ
ଚୀର ବସନ୍ତ, ପ୍ରଶାନ୍ତ ଆନନ୍ଦେ ବିଭୋର।
କରଞ୍ଜ ଫୁଲର ଶେଯପାରି
ସୁନାମୁଖି ପତ୍ରର ସଂଗ୍ରହ
ଚେରମୂଳି ଦଶମୂଳ
ଓଝା ଆସି କରଇ ସଂଗ୍ରହ,
ଶୁଷ୍କ କାଠ, କେନ୍ଦୁ ପତ୍ର ତୋଳାଳୀ
ମାନଂକ ମାଗଣା ଭଣ୍ଡାର।
ସ୍ୱାସ୍ଥ୍ୟ ପ୍ରଦ ପରିବେଶ
ଆଶା ପାଞ୍ଛୁଥିବା ଆଧୁନିକ
ଜଙ୍ଗଲଠୁ ରହିଛି ଦୂରେଇ
ବିଷ ବୁଣା ଅନ୍ନ କୃତ୍ରିମ ଇନ୍ଦନ
ଅନ୍ନ ଖାଇ ପ୍ରାଣ ଆଶଙ୍କା ରଖଇ,
ବଂଧୁ ଡିନେ ଫେରିବ ନିଶ୍ଚୟ
ତୁମ ପ୍ରକୃତି କୋଡକୁ ଧାଇଁ।
ନୁହେଁ ଭିନ୍ନ ପ୍ରଜାତିର
ଆମ୍ବ ପଣସ କେନ୍ଦୁ ଜାମୁକୋଳି
କୁନ୍ଦୁରି କି କାଙ୍କଡ଼ ଲତାଟି
ବେତା ବେତା କରନ୍ତି ସଂଗ୍ରହ
ଭାଲୁ ଖିଆ ପଣସ ମଞ୍ଜିବି
ବଜାରକୁ ବିକ୍ରୀ ପାଇଁ ଆସେ
ଆଦିମ ଅଧିବାସୀଙ୍କର
ସଂଘର୍ଷ ଜୀବନ କାହାଣୀ
ଆରମ୍ବରୁ ଶେଷ
ପ୍ରକୃତି କୋଡରେ ଜନ୍ମ
ନାହିଁ ରୋଗ ଶୋକ
ମାଟିର ମଣିଷ ଝାଟି
ପତରରେ ଘର ।
ଜଙ୍ଗଲରେ ବର୍ଷା ହେଳେ
ଫୁଟିଉଠେ ଛତୁ
ମହୁ ଲାଖ ଝୁଣା
ଜଡ଼ିବୁଟି ଚେରମୂଳି
ସଂଗ୍ରହ କରୁଛେ
ଜଙ୍ଗଲକୁ ଛାଡିକି ପାରୁଛେ।
ଗଛ ଆପେ ଆପେ ବଞ୍ଚେ
ସ୍ଵୟଂ ସିଦ୍ଧ ମଂଜି ପଡି ,
ପିଆଶାଳ, ଶାଗୁଆନ ଶିଶୁ
ଠିକାଦାର, ମାଫିଆଙ୍କ ଭିଡ
ବଳାତ୍କାର, ଧର୍ଷଣ ଲାଳସ।
ସବୁ ନଦୀ ଜଳ ଧାର ମିଶି
ଶାଗର ଆଡ଼କୁ,
ସବୁ ବର୍ଷା ଜଙ୍ଗଲ ସଜାଡୁ।
