ବରଷା
ବରଷା
ବରଷା ଆସିଲେ ଭରେ ନଦୀ ନାଳ
ଝରେ ଟପ୍ ଟପ୍ ହୋଇ
କୃଷକ ର କ୍ଷେତ ହସେ ଆନନ୍ଦ ରେ
ଏଇ ବରଷା ର ପାଇଁ।
ଚାତକ ଚାହିଁଛି ଚାହିଁବ ସେମିତି
ତୁମ ଆଗମନ ପାଇଁ
ବରଷ ର ଶୋଷ ମେଣ୍ଟାଇବା ତାର
ଟୋପା ଟୋପା ଜଳ ପିଇ।
ସ୍ଥାବର ଜଙ୍ଗମ ଜଳ ପାନ କରି
ଆନନ୍ଦରେ ଝୁଲୁ ଥାନ୍ତି
ଆନା ମନା କରେ ବିହ ଗ କାକଳି
ବର୍ଷା ପାଇଁ ଚାହିଁ ଥାନ୍ତି।
ବରଷା ପାଇଁକି ଶସ୍ୟ ଭରେ ଘରେ
ସୁନାର ଫସଲ ଫଳେ
ମାଟି ମାଆ ଆଜି ଆତ୍ମ ହରା ହୋଇ
ସବୁଜ ସନ୍ତାନ କୋଳେ।