STORYMIRROR

Sarojini Mishra

Abstract

4  

Sarojini Mishra

Abstract

ବର୍ଷା ଯେବେ ଆସେ

ବର୍ଷା ଯେବେ ଆସେ

1 min
13

ବର୍ଷା ଯେବେ ଆସେ ଧରଣୀ ମାଆର 

ବୁକୁରେ ବୁକୁଏ ସପନ ଭରେ

ସବୁଜ ଆଶାର ଦିଗନ୍ତ ରେ ପରା

ଖୁସୀ ର ଆଳ୍ପନା ଛିଟା ବିସ୍ତାରେ ।


ଜୀବନ ଚର୍ଯ୍ୟାରେ କୃଷକ ମୁଖର

ହାତରେ ତାହାର ହଳ ଲଙ୍ଗଳ

ସୂର୍ଯ୍ୟ ନ ଉଠୁଣୁ ପଖାଳ କଂସାରେ

ସପନ ପହଁରେ ହୋଇ ସୁଢ଼ଳ |


ବର୍ଷା ଯେବେ ଆସେ ମୟୁର ନାଚ଼ଇ

ସୃଷ୍ଟି ସମ୍ଭାବନା ମନରେ ଭରି

ବେଙ୍ଗ ବେଙ୍ଗୁଲୀ ଙ୍କ ଖୁସୀର ଆସର

ଗାଁ ଦାଣ୍ଡେ ଜଳ ଉଠଇ ଭରି ।


ବର୍ଷା ଯେବେ ଆସେ ବାଦଲ ଉହାଡେ

ଦିନମଣି ଲୁଚକାଳି ଖେଳଇ

ବିଜୁଳି ଚ଼ମକେ ନଭେ ଅଭ୍ର ଢାଳି

ନଵ ଉନ୍ମାଦନା ମନେ ଭରଇ |


ବର୍ଷା ଯେବେ ଆସେ ଶ୍ରୀହୀନ ମଧ୍ୟରେ

ଅପୂର୍ବ ଶୋଭାର ଭଣ୍ଡାର ଖୋଲେ

ଜୀବରେ ଜୀବନ ପ୍ରାଣରେ ପବନ

ସମ୍ଭାବନା ଫୁଲ ଗଛରେ ଡୋଲେ ।


ବରଷା ସରସା ଋତୁ ମଧ୍ୟେ ପରା

ବୁଝିଦିଏ ଆମ ପେଟ ପାଟଣା

ମଙ୍ଗଳ ମହୁରୀ ବଜାଇ ଆସଇ

ନେଇ ଆସେ କେତେ ଶୁଭ କାମନା ।



Rate this content
Log in

Similar oriya poem from Abstract