STORYMIRROR

Prafulla Chandra Mishra

Fantasy Thriller

4  

Prafulla Chandra Mishra

Fantasy Thriller

ବରଷା ରାତିର ଗୀତ

ବରଷା ରାତିର ଗୀତ

1 min
145


ଶିରାବଣ ମାସ ମେଘୁଆ ରାତି ୟେ

ଅବିରତ ଝର ଝର

ବରଷା ଝରଣ ଶୀତ ସମୀରଣ

ମନକୁ କରେ ଅସ୍ଥିର

ରିମି ଝିମି ମଧୁ ମହ୍ଲାର ଗୀତିକା

ମନରେ ଭରୁଛି ପ୍ରେମ ମାଦକତା

ହୃଦୟ ରେ ରଚେ  ଚାରୁ ନେତ୍ର ଚିତ୍ର

କେଉଁ ସ୍ଵପ୍ନ ସୁନ୍ଦରୀର ।।


କାଦମ୍ବିନୀ କୋଳେ ସୌଦାମିନୀ ଖେଳେ

ସହସା ଆଲୋକ ରେଖା

ବାତାୟନ ଦେଇ ଝଲକ ଦିଶଇ

ହୃଦୟେ ରଚଇ ଶଂକା

ତାର ଘଡଘଡି ରଡି କୁହାଟ ରେ

ଉଛୁଳା ଉଚ୍ଚାଟ ସଂତପ୍ତ ଅଧୀରେ 

ହଜାଇ ଦେଉଛି  ଚେତା ଚଇତନ  

ହୁଅଇ ଯେହ୍ନେ ଜଳକା।।


କଦମ୍ବ ବନରୁ  ମଧୁ ସଉରଭ

କ୍ଷଣେ କ୍ଷଣେ ବିଚ୍ଛୁରିତ

ଅନୁଭବ କରେ  ମହକ,ମୁର୍ଚ୍ଛନା

ମଉନାବତୀ ର ଗୀତ

କୁହୁକିନୀ ଏହି ମେଘୁଆ ଅନ୍ଧାରେ

ଶେଫାଳୀ ସେଜରେ ତା ମାୟା ବିସ୍ତାରେ

ମାୟା ଜାଲେ ବନ୍ଧା  ମନ୍ମଥ ବାଣରେ

ଅକୁହା ବେଦନା କ୍ଷତ ।।


ଅନୁଭବି ସିନା  ଅନୁଭବି ପାରେ

ବରଷା ରାତିର ଚିତ୍ର

ଏକା ପରବାସେ ନିର୍ଜନ କୁଟୀରେ

ଆଖିକୁ ନଆସେ ନିଦ

ତୁହାକୁ ତୁହା ୟେ ଲଗାଣ ବରଷା

କହୁଛି ଅକୁହା ପ୍ରଣୟର ଭାଷା

ଭରି ଘନରସ  ଉଛୁଳାଇ ଦିଏ

ସଂବୀତ ହୃଦୟ ହ୍ରଦ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy