STORYMIRROR

Sunanda Mohanty

Abstract Others

4  

Sunanda Mohanty

Abstract Others

ବର୍ଷା ରାଣୀ

ବର୍ଷା ରାଣୀ

1 min
309


ବର୍ଷାରାଣୀ ପିନ୍ଧି ସବୁଜ ପାଟ ଓଢଣୀ

ଦିଶୁଛ ଝାକାସ ମଉଡମଣୀ

ସାଧବବୋହୂର କଣେଇ ଚାହାଣି

ରିମ ଝିମ ଶବ୍ଦ ତୋଳୁଛି ପାଣି

ତୁମ ଗଭାରେ କେତକୀ କଳା ବେଣୀ

ଡାକନ୍ତି ଥୋକାଏ ଆସ ମାଆ ଦେବୀ ରାଣୀ

ବରଷା ନହୋଇ ଗଡିଆ ପୋଖରୀ ଶୁଖିଗଲାଣି

ପକ୍ଷୀ ପଶୁ ଓ ମଣିଷ ହତାଶ ହେଲେଣି

କଳା ଘୁମର ଦେହରେ ଇନ୍ଦ୍ରଧନୁ ରଙ୍ଗେ ରଙ୍ଗଣୀ

କାଗଜ ନାଆର ଦେହ ସାରା ବିନ୍ଦୁ ବିନ୍ଦୁ ରୋଷଣୀ

ତୁମ ଲାଜୁକି ଆଖିରେ କଜ୍ଜ୍ୱଳ ସବୁ ଧୋଇ ଗଲାଣି

ମେଘ ସଵାରୀରେ ବିଜୁଳି ରୋଷଣୀରେ ବର୍ଷା ଭସାଣୀ

ସାତରଙ୍ଗ ରଙ୍ଗଣୀ ଫୁଲ ଫୁଟି ଗଲାଣି

ଆକାଶ ଉଆସୁ ପାଦ ଧୋଇଦେବ ବେଙ୍ଗୁଲି ରାଣୀ

ହୁଳହୁଳି ସାଥେ ସବୁଜ ସାମିଆନା ବାନ୍ଧେଣୀ

ତୁମ ମଦମତ୍ତ ନହୁଲି ଚାଲିରେ ମୟୂରୀ ବାୟାଣୀ

ରାଜାନନ୍ଦିନୀ ଗୋ ଚାଷୀ ଖୁସି ଦେଖି ହସେ ଘରଣୀ

ଘଡଘଡି ବାଜେ ଚଡ଼ଚଡି ବିଜେ ବିଜୁଳି ଠାକୁରାଣୀ ।।


Rate this content
Log in

Similar oriya poem from Abstract