Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Liza Senapati

Abstract

2  

Liza Senapati

Abstract

ବର୍ଷା ପାଣି

ବର୍ଷା ପାଣି

1 min
158


କାହାପାଇଁ ବର୍ଷା ଝରେ,

ଶୀତଳ ନଇଟେ ହେଇ, 

କାହାପାଇଁ ବର୍ଷା ଝରେ ,

ସ୍ମୃତିର ଦରିଆ ହେଇ।

ମୋ ପାଇଁ ତ ଗରମ ପାଣି,

ଫଟକା ହେଇଯାଇଥିବା ,

କୋମଳ ଶରୀରର ଅସହ୍ୟ ପୀଡା।

ଏ ବର୍ଷା ବି ଭାରି ବେଇମାନ,

ବାରବାର ଆସିଯାଉଚି

ମୋ କଟା ଘା'ରେ ଚୂନ ଲେପନ କରିବାକୁ।

ମନେ ପକେଇଦଉଚି ,

ଝିପଝିପ ବରଷାରେ ସେ କାଗଜ ଡଙ୍ଗା।.

ଗାଁ ଦାଣ୍ଡରେ ଓଳି ପାଣିରେ 

ଓଦା ହବାର ସେ ମଜା,

ମା'ର ପଣତ କାନି ବାପାଙ୍କ ଆଦର ,

ଆଇର ଗପ ଗୁରୁଜୀଙ୍କ ଛାଟ,

ଭୁଲିକି ହଉଚି ସେ ପିଲାଦିନ।

ଏ ବର୍ଷା ତୁମେ ଆସନା ଆଉ,

ଦିଅନି ଏତେ ଯନ୍ତ୍ରଣା।



Rate this content
Log in

Similar oriya poem from Abstract