STORYMIRROR

Tapan Kumar Biswal

Classics Inspirational Thriller

3  

Tapan Kumar Biswal

Classics Inspirational Thriller

ବର୍ଷା କାହା ପାଇଁ କେମିତି

ବର୍ଷା କାହା ପାଇଁ କେମିତି

1 min
40


ବର୍ଷା କାହାପାଇଁ ଆନନ୍ଦର ଉତ୍ସ

କାହା ପାଇଁ ଆଶୀର୍ବାଦ

କାହା ପାଇଁ ଅଭିଶାପ

କାହା ପାଇଁ ଚଂଚଳା ମନ

କାହା ପାଇଁ ନୀରବତାର ଝଡ଼

କାହା ପାଇଁ ମୁଠା ମୁଠା ଶବ୍ଦ

କାହା ପାଇଁ ଜୀବିକାର ଆଧାର ll


ଯାହା ବି ହେଉ 

ଲକ୍ଷ୍ୟ ତାର ଗୋଟିଏ

କରେ ନାହିଁ ଛଳନା କପଟ

କିନ୍ତୁ ଆସୁନାହିଁ ଆଉ ନିର୍ଦ୍ଧାରିତ ସମୟରେ

କାରଣ କଣ ଜାଣିଛ 

ମଣିଷ କରିଛି ଛଳ କପଟ ପ୍ରତାରଣା

ନଷ୍ଟ କରୁଛି ପ୍ରକୃତିକୁ

ଆଉ କଳୁଷିତ କରୁଛି

ସୁନ୍ଦର ପରିବେଶକୁ

କେମିତି ଆସିବ ତୁମେ ନିଜେକୁହ

କେଉଁ ମୁହଁ ନେଇ

ତଥାପି ସେ ଆସୁଛି ଏହା ହିଁ ବଡ଼ କଥା ll


ବର୍ଷା ଦେଖିଲେ ଶିଶୁର 

କୋମଳ ହୃଦୟ ଚଗଲା ହୁଏ

କୃଷକ ମନରେ ଅସୀମ ଆନଦ

ପୁଲକିତ ହୁଏ କବି ପ୍ରାଣ ll


କେତେ ଶ୍ରଦ୍ଧାରେ ମାତିଯାଏ

ଚାଷ କାମରେ କୃଷକ

ଅସୁମାରୀ ଆଶାର କିରଣ ସଞ୍ଚାର ହୁଏ

ବର୍ଷାର ଆଗମନ ଓ ସ୍ପର୍ଶରେ 

ହୋଇଯାଏ ମନ ଚଞ୍ଚଳ 

ଏହା କୌଣସି ଆଶୀର୍ବାଦ ଠାରୁ କମ ନୁହେଁ ll


ବେଳେ ବେଳେ ଅଦିନ ଝଡ଼

ଚୁରମାର କରିଦିଏ ସାଇତା ଫସଲକୁ

ଭାଙ୍ଗି ପଡେ ମନ

ଉଠିବା ପାଇଁ ଆଉ ଦମ୍ଭ ପାଏନି

ଯାହାକି ଆଭିଶାପ ସଦୃଶ୍ୟ

ପ୍ରତୟମାନ ହୁଏ 

ନୀରବତାର ଝଡ଼ ll


ବର୍ଷା ଆନମନା କରିଥାଏ

କବିର ହୃଦୟକୁ

ବାଧ୍ୟକରିଥାଏ ଶବ୍ଦରେ ସଜେଇବା ପାଇଁ

ଗଳ୍ପ କବିତା ପ୍ରବନ୍ଧ ଇତ୍ୟାଦି ମାଧ୍ୟମରେ

ଭେଟି ଦେଇଥାଏ ଆହୁରି ଅନେକ କିଛି

ପ୍ରିୟ ପାଠକମାନଙ୍କ ନିମନ୍ତେ ll


ବର୍ଷା ବିନା କୃଷି ଅସମ୍ଭବ

ବର୍ଷା ବିନା ଜୀବନ ଅଧୁରା

ବର୍ଷା ବିନା ଜୀବିକା ଅସମ୍ପୂର୍ଣ୍ଣ

ସେଥିପାଇଁ ତ ବର୍ଷା ଜୀବିକାର ମୂଳ ଆଧାର

ଏହାକୁ ହିଁ ସ୍ବୀକାର କରିବାକୁ ହେବ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics