STORYMIRROR

Prasanta kumar Hota

Inspirational Others

2  

Prasanta kumar Hota

Inspirational Others

ବର୍ଷା ଆସିଛି

ବର୍ଷା ଆସିଛି

1 min
13.6K


ପ୍ରଭାତ ପ୍ରହର ଥିଲା ମନୋହର

ଲଘୁଚାପେ ଗଲା ହଜି

ଦୁଲୁକାଇ ଦେଲା ଅବିରତ ବର୍ଷା

ଦଇବ ଦାନବ ସାଜି


ବରଷା କି ହେଲା ସତେ ବୟରୋଷା

ଢାଳିଲା ଅଗାଧ ବାରି

ବରଷା ବରଷି ବହିଲା ବତାସୀ

ବୈଶାଖେ ବୈଶାଖୀ ପରି


ମେଘ ଢାଙ୍କି ଦେଇ ସୂରୁଜ ଚମକ

କହୁଛି ରହରେ ଆଜି

ଏତେ ଦିନ ପରେ ପାଇଛି ମଉକା

କରିବାକୁ ଖେଳ ବାଜି


ପ୍ରକୃତି ମାୟାରେ ପ୍ରପଞ୍ଚ ଖେଳୁଛି

ଅପ୍ରକୃତ ଯାହା ଆମେ

ଅବସ୍ଥା ବ୍ୟବସ୍ଥା ଯେତେ ଗଳି ରାସ୍ତା

ଫୁଲେ ଜଳ ସମାଗମେ


ପ୍ରକୃତି ଦାନବ ସାଜିଲେ ବିଚରା

ମଣିଷ କରିବ କଣ

ଜଗତର ବନ୍ଧୁ ସବୁରି ସହାୟ

ସେହି ଏକା ନାରାୟଣ।


ରଜନୀ ଆସିବ ଶାନ୍ତମୟ ହେବ

ଆସୁଛି ମନରେ ଆଶା

ଉଛୁଳା ଯୌବନ ପ୍ରଣୟ ପାଖରେ

ବାନ୍ଧୁଛି ଯେମନ୍ତ ବସା


ସକାଳ ସୂରଜ ଖେଳୁ ନାହିଁ ଯେଣୁ

ବରଷା ଦେଖାଏ ଟାଣ

ଏମିତି ବେଳାରେ ଗରୀବ ବାପୁଡା

କରି ପାରେ ଅବା କଣ


ଦୋକାନ ବଜାର ଯାହା କିଛି ଅଛି

ରାହା ଟିକେ ଦିଶୁ ନାହିଁ

ଗରୀବର ଘର ଗୁହାଳ ଛପର

ଦୁଃଖ କେହି ଶୁଣୁ ନାହିଁ


ଅନ୍ତରେ କାତର କରେ ଭୟାତୁର

ଗରୀବର ବର୍ଷା ଡର

ଅପେକ୍ଷାରେ ଥାନ୍ତି ସ୍ବାର୍ଥପର ଯେତେ

ଲୁଣ୍ଠିବାକୁ ବାରମ୍ବାର


ଉଠିଲେ ସୂରଜ ଆକାଶ ମଣ୍ଡଳେ

ବରଷାକୁ ଟିକେ ରଖେ

ବେଦନା ବ୍ୟାହତ ହେବ ବୋଲି ଭାବି

ଆସନ୍ତା ସୁଖକୁ ଦେଖେ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational