ବରଷ କେ ଥରେ ଆସିଛି ରଜ
ବରଷ କେ ଥରେ ଆସିଛି ରଜ
ଆମ୍ବ ଡାଳେ ରାବେ
ଆସ ଲୋ ବଉଳ ଆସ ସଙ୍ଗାତ
ଆସ ସଙ୍ଗାତ ଲୋ
ଗାଇ ରଜ ଦୋଳି ଗୀତ।
ବଉଳ ଲୋ
କଦମ୍ବ ଫୁଲ ର ବାସ
ରଜ ଆଣି ଅଛି କେତେ ହରଷ
କେତେ ହରଷ ଲୋ
ଝିଅଙ୍କର ଖୁସି ଦେଖ।
ବଉଳ ଲୋ
ଗଛ ରେ ଫଳିଛି ବେଲ
ଥିରି ଥିରି କରି ଦୋଳି ରେ ଝୁଲ
ଦୋଳି ରେ ଝୁଲ ଲୋ
ଗଭା ରେ ଖୋସି କି ଫୁଲ।
ବଉଳ ଲୋ
ପହିଲି ରଜ ତ ଗଲା
ମଝି ରଜ ଆଜି ଖୁସି ରଚିଲା
ଖୁସି ରଚିଲା ଲୋ
ପୋଡପିଠା ସରିଗଲା।
ବଉଳ ଲୋ
ରଜ ପାନ ଭାରି ମିଠା
ଭାଉଜଙ୍କ ଭାଇ ଭାରି ନିଲଠା
ଭାରି ନିଲଠା ଲୋ
ହସି କହେ ମିଠା କଥା।
ବଉଳ ଲୋ
ଆମ୍ବ ଡାଳେ ଦୋଳି ଝୂଲେ
ଭାଇଙ୍କୁ ନ ଦେଖି ଭାଉଜ ଝୁରେ
ଭାଉଜ ଝୁରେ ଲୋ
ଖୋଜନ୍ତି ମନ ବିକଳେ।
ବଉଳ ଲୋ
ରାଣୀ କି ସାଜିବ ରଜା
ଆସିବ ବଜାଇ ତେଲିଙ୍ଗି ବାଜା
ତେଲିଙ୍ଗି ବାଜା ଲୋ
ରଜ ରେ କରିବ ମଜା।
ବଉଳ ଲୋ
ବାଳିଆ ମାଛର ନିଶ
ଏସନ ରଜଟା କଲା ନିରାଶ
କଲା ନିରାଶ ଲୋ
କାହା ମୁହେଁ ନାହିଁ ହସ।
ବଉଳ ଲୋ
ପାଦରେ ସରୁ ଅଳତା
ମଥାରେ ନାଇଛୁ ଚନ୍ଦନ ଚିତା
ଚନ୍ଦନ ଚିତା ଲୋ
ମୁଣ୍ଡରେ ରିବନ ଫିତା।
ବଉଳ ଲୋ
ଅଜା ପାଖେ ବସି ଆଈ
କଥା କହୁଛନ୍ତି ହେଇ ଗେଲେହି
ହେଇ ଗେଲେଇ ଲୋ
ଆଈ,,ମନ ରେ ସରାଗ ନାହିଁ।
ବଉଳ ଲୋ ।
