STORYMIRROR

Amarnath Barick

Children

4  

Amarnath Barick

Children

ବର୍ଣ୍ଣବୋଧରେ ନୀତି ଶିକ୍ଷା

ବର୍ଣ୍ଣବୋଧରେ ନୀତି ଶିକ୍ଷା

1 min
257


   ଅ- ଅଳସୁଆ ହେବ ନାହିଁ ଜୀବନେ

   ଆ- ଆଦର କରିବେ ତୁମକୁ ଜନେ ।

   ଇ- ଇହଧାମେ ନିତି ପୂଜି ଶାରଦା

   ଈ- ଈଶ୍ୱରଙ୍କୁ ଭକ୍ତି କରିବ ସଦା ।

   ଉ- ଉଠିବ ଶେଯରୁ ଯେତେ ସଅଳ

   ଊ- ଊଣା ହେବ ନାହିଁ ଆୟୁଷ ଫଳ ।

   ଋ- ଋଣ ନେବ ନାହିଁ କେବେ ଜୀବନେ

   ୠ- ୠଷି ମୁନୀ ଲେଖିଛନ୍ତି ପୁରାଣେ ।

   ଏ- ଏମିତି ଜୀବନଚର୍ଯ୍ୟା ପାଳିଲେ

   ଐ- ଐଶ୍ୱର୍ଯ୍ୟ ଲଭିବ ନିଶ୍ଚୟ ପିଲେ ।

   ଓ- ଓଁକାର ଶବଦ ଜପିବ ନିତି

   ଔ- ଔଷଧ ପ୍ରମାଣେ ଜଗତ ଜିତି।

   କ- କଥା କହୁଥିବ ମଧୁର ସ୍ୱରେ

   ଖ- ଖଳ ପ୍ରକୃତିରୁ ରହିବ ଦୂରେ ।

   ଗ- ଗଗନ ସଦୃଶ ହୁଅ ନିର୍ମଳ

   ଘ- ଘେନ ରାମ କୃଷ୍ଣ ନାମ ଯୁଗଳ ।

   ଙ- ଡର ରଖିଥିବ ପାପ କର୍ମକୁ

   ଚ- ଚଳିବ ତେବେଟି ସ୍ୱର୍ଗ ଧାମକୁ ।

   ଛ- ଛଳନା ନକଲେ କାହା ସାଥିରେ

   ଜ- ଜାଗା ମିଳିଯିବ ବୈକୁଣ୍ଠପୁରେ ।

   ଝ- ଝଗଡ଼ା ଝାମେଲା ନକଲେ କେବେ

   ଞ- ଜ୍ଞାନୀ ବୋଲି ଜନ ନିଶ୍ଚେ କହିବେ।

   ଟ- ଟଙ୍କା ଗଣି କାରବାର କରିବ

   ଠ- ଠକାମି ଗୁଣ ବର୍ଜନ କରିବ ।

   ଡ଼- ଡମ୍ବରୁଧର ସେହି ବାବା ଭୋଳା

   ଢ଼- ଢାଲ ପିନ୍ଧି କରନ୍ତି ଲୀଳାଖେଳା ।

   ଣ- ନଇଁଥିଲେ ତାଙ୍କ ପାଦରେ ମଥା

   ତ- ତହିଁରୁ ହୋଇବ ଜଗତଜିତା ।

   ଥ- ଥକାମନ ଥରେ ଭଜ ତାହାଙ୍କୁ

   ଦ- ଦରଶନ କର ମହାଦେବଙ୍କୁ ।

   ଧ- ଧନ ଅରଜନ ଲୋଭରେ ରହି

   ନ- ନକହିବ ମିଥ୍ୟା କଥାଟି କେହି ।

   ପ- ପାପ ଛାଡ଼ି ତୁମେ କର ଧରମ

   ଫ- ଫାସରେ ନହେଲେ ବାନ୍ଧିବ ଯମ ।

   ଵ- ବଣ ଜଙ୍ଗଲକୁ କାଟିବ ନାହିଁ

   ଭ- ଭରପୁର ଚାରା ରୋପିବ ନେଇ।

   ମ- ମନକୁ ନିଶ୍ଚଳ ରଖିବା ପାଇଁ

   ଯ- ଯିବ କସରତେ ସକାଳୁ ଧାଇଁ ।

   ର- ରହିବ ସୁଖରେ ସାରା ଜୀବନ

   ଳ- ଲୟ ରଖି ଭଜ ହେ ପଞ୍ଚାନନ ।

   ବ- ବନମାଳୀ ତୋତେ କରିବେ ପାରି

   ଶ- ଶରଣ ଚରଣେ ରଖିବୁ ହରି ।

   ଷ- ଷଡ଼ରିପୁ ତୋର ସେହି ହରିବେ

   ସ- ସମର୍ପଣ ହୁଅ ତାଙ୍କରି ପାଦେ ।

   ହ- ହରି ଭଜୁଥିଲେ ଶୁଣ କୁମର

   କ୍ଷ- କ୍ଷୟ ହେବ ଦୁଃଖ କ୍ଳେଶ ତୋହର ।

   ୟ- ଯିବୁନାହିଁ ଅବାଟରେ ମନୁଆ

   ଲ- ଲାଗିବ ନହେଲେ ପାଦରେ ନିଆଁ ।




Rate this content
Log in

Similar oriya poem from Children