STORYMIRROR

Gouranga Charan Beura

Classics

4  

Gouranga Charan Beura

Classics

ବର୍ଣ୍ଣାଳୀ

ବର୍ଣ୍ଣାଳୀ

1 min
380


ତାଳ ଖେତ ବଣେ   ସବୁଜ ଲହରୀ

    ଶ୍ରାବଣୀ ଗାଉଛି ଗୀତ,

ଟୁପୁରୁ ଟାପୁରୁ    ଭିଜା କବରୀରେ

    ଆନନ୍ଦେ ହସଇ କ୍ଷେତ ॥

ସବୁଜିମା କୋଳେ   ବସୁନ୍ଧରା ହସେ

    ପଖାଳି ସବୁଜ ବେଣୀ,

ଭେକଂକ ବନ୍ଦାଣେ ସନ୍ଧ୍ୟାରାଣୀ ଆଣେ

    ସବୁଜ ପାଟେ ଧରଣୀ ॥

କବିସୂର୍ଯ୍ୟଂକର     କଥାମୃତ ଗାଇ

     କୃଷକ ବାପୁଡା ଭାଇ,

କର୍ଦ୍ଦମିତ ଅବ-   ୟବରେ ସଂଚାରେ

     ଝୁଡିଏ ସପନ ନେଇ ॥

ଚାଳର ମଥାନେ    ବାଷ୍ପୀୟ ଶକଟ

    ଖଦ୍ୟୋତକୁ ବହି କୋଳେ,

ଶୂନ୍ୟ ସବାରୀରେ ନୂଆ ବୋହୁ ସାଜି

    ସନ୍ଧ୍ୟାର ଆଳତି ଜାଳେ ॥

ଅନଳ ଆଶାରେ   ପତଂଗେ ଧାଆଁନ୍ତି

     ଭାବ ପ୍ରୀତି ଡୋର ନେଇ,

ଭକ୍ଷକ ମୁଖରେ    ଖାଦ୍ୟସାର ସାଜି

      ନିଜେ ପ୍ରାଣଙ୍କୁ ହାରଇ ॥

ପଣତ ଉହାଡେ     ନବ ବଧୂ ଗାଏ

      ଅମୂଲ୍ୟ ସତ ସଂହିତା,

ବୃଦ୍ଧ ବୃଦ୍ଧା ପ୍ର‍ାଣେ   ପୁଲକ ମହଣେ

      ଇଶ୍ୱର ଇଶ୍ୱରୀ ଗାଥା ॥

ମାଆ ପଣତରେ  କୋମଳ ଶେଯରେ

      ଶିଶୁ ସାଜିଥାଏ ନଟ,

ମାତୃ ପ୍ରେମେ ଲାଜେ  ଅଳସ ରଜନୀ

      ଖୋଜୁଥାଏ ଯିବା ବାଟ ॥

ବର୍ଷଣ ବାରତା     ପ୍ରହାରି ପ୍ରହରେ

      ପ୍ରକୃତି ହୁଏ ଶିଥିଳା,

ସବୁଜ କାମିନୀ    ସାଜି ଅଭାଗୀନି

     ପ୍ରସାରେ କଟି ମେଖଳା ॥



Rate this content
Log in

Similar oriya poem from Classics