STORYMIRROR

pranati Mahapatra

Abstract

2  

pranati Mahapatra

Abstract

ବୃକ୍ଷର ରୋଦନ

ବୃକ୍ଷର ରୋଦନ

1 min
339

ସଧବା ମଥାରେ ସିନ୍ଦୁର ଟୋପାଟି

ଦିଶୁଥାଏ ଚକମକ,

ସିନ୍ଦୁର ନ ଥିଲେ ଶୂନ୍ୟ ମଥା ଭାବି

ବହେ ଆଖିରୁ ଲୋତକ

ସାରା ବୃକ୍ଷ ରାଜି ଶୋଭାମୟ ଦିଶେ

ପୁଷ୍ପେ ଆଛାଦିତ ଥିଲେ,

କେତେ ଆଶା ନେଇ ଫୁଟିଥାଏ ସିଏ

ସୁବାସ ବିତରେ ଭଲେ

ଦିନସାରା କେତେ କଷଣ ସହି ସେ

କଢ଼କୁ ଧରେ ତା ଦେହେ,

ଶଶୀର ଶୀତଳ ପରଶରେ ତାହା

କଢ଼ରୁ ଫୁଲଟେ ହୁଏ

ମା ଗଛଟି ସେ ପୁଷ୍ପ ସୁରଭିରେ

ହେଉଥାଏ ଆତ୍ମହରା,

ନିଷ୍ଠୁର ମଣିଷ ଆଙ୍କୁଡାରେ ଦେହ

ହୁଏ ଖଣ୍ଡିଆ ଖାବରା

ଫୁଲ ସାଥେ କଢ଼,ପତ୍ର ଆଉ ଡାଳ 

ଭାଙ୍ଗିଦିଏ ନୃଶଂସ ରେ,

ବିଚରା ଗଛଟି ଗଡାଏ ଲୋତକ

ଏକା ଏକା ନିର୍ଜନରେ

ପାଟି କରି ଗାଳିଦେବାର କ୍ଷମତା

ନାହିଁ ଯେଣୁ ତା ପାଖରେ,

ଆକଟ କରିବା କି ପ୍ରତିବାଦ ସ୍ଵର

ତା ପାଇଁ କେ କରିବ ରେ

ନୀରିହ ବୃକ୍ଷର ନୀରବ କ୍ରନ୍ଦନ

କେବେ କାହାକୁ ଶୁଭେନା,

ସଧବା ହୋଇଣ ରହିବା ପାଇଁ କି

ଦେବ ନାହିଁ ଏ ମଣିଷ,

ସ୍ଵାର୍ଥେ ଅନ୍ଧ ହୋଇ ଆନ ମନେ ଦୁଃଖ

ଦେଇ ଡାକଇ ବିନାଶ

ଦେଇଦେଇ ସଦା ହୋଇଯାଏ ନିଃସ୍ଵ

ବୁଝେନି କେ ତା ଅନ୍ତର,

ରୋଦନ କରନ୍ତି ବୃକ୍ଷରାଜି ଆଜି

ଦେଖି କାର୍ଯ୍ୟ ମଣିଷର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract