ବୃକ୍ଷ
ବୃକ୍ଷ
ଆକାଶ ଛାତିରେ ଶିତଳତା ଭରେ
ସର୍ବସ୍ୱ କରଇ ଦାନ
ପରିବେଶ ଦିଶେ ସବୁଜ ସୁନ୍ଦର
ଥିଲେ ତାର ଅବଦାନ ।
ଫଳ ଫୁଲ ମୂଳ ଧରଣୀକୁ ଜଳ
ଆଣେ ତାର ଉପସ୍ଥିତି
ଔଷଧୀୟ ଗୁଣ ଭରି ରହିଥାଏ
ସେବାକରେ ଦିନ ରାତି ।
କେବେ ତ ଫେରେଇ ଦେଇ ନାହିଁ ସିଏ
ଯେ ଦ୍ୱାରସ୍ଥ ହୋଇଛି ତାର
ପ୍ରାଣବଳି ଦେଇ ଆପଣାର କରେ
ବୁଝିପାରେ ନାହିଁ ନର ।
ନିଜସ୍ୱାର୍ଥ ପାଇଁ ମାନବ ସମାଜ
ଲୁପ୍ତକରେ ଜାତି ତାର
ଭାବେନି କଦାପି ପରିବେଶ କଥା
ଛେଦନ କରଇ ଶିର ।