STORYMIRROR

SOUDAGAR BISWAL

Inspirational

3  

SOUDAGAR BISWAL

Inspirational

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
189

ଜମି ଜମା ଯେତେ ପଡ଼ିଆ ହେଲାଣି

ଜଙ୍ଗଲ ହେଲାଣି ନାଶ

ବାୟୁମଣ୍ଡଳରେ ଭରିଲାଣି ବିଷ

କ୍ଷୟ ହେଲାଣି ଆୟୁଷ।।


ନିଦାଘେ ହୁଅଇ ଅକସ୍ମାତ ବର୍ଷା

ବର୍ଷାରେ ମରୁଡ଼ି ପଡ଼େ

ମଣିଷ ଭୁଞ୍ଜଇ ସ୍ୱଅର୍ଜିତ ଫଳ

ବୃଥାରେ କୁହାଟ ଛାଡ଼େ।।


କୁରାଢ଼ୀ ମାରିଛି ନିଜ ଗୋଡେ ନିଜେ

ରକତେ ଖେଳୁଛି ବିଷ

ଆତ୍ମ ବଡିମାକୁ ଜାବୁଡ଼ି ବସିଛି

ଜୀବନେ ହୁଏ ସନ୍ତୋଷ


ବୃକ୍ଷ ଆମ ବନ୍ଧୁ ସଖା ପରିଜନ

ପାଶୋରି ଦେଉଛି ମନୁ

କେମିତି ରହିବ ଏ ସାରା ସଂସାର

ଅସୁନ୍ଦର ଦିଶେ ତନୁ।।


ସେପାଇଁ ରୋପିଣ ବୃକ୍ଷ ଲତା ନିତି

ବଢାଅ ଜଙ୍ଗଲ ଶିରୀ

ନିରୋଗ ହୋଇବ ଏ ବିଶ୍ୱ ଭୁବନ

ହସ ଯିବ ଓଠେ ଭରି



Rate this content
Log in

Similar oriya poem from Inspirational