ବ୍ରହ୍ମାଣ୍ଡ ଠାକୁର
ବ୍ରହ୍ମାଣ୍ଡ ଠାକୁର
ଆହେ ଜଗନ୍ନାଥ ତୁମେ ତ
ବ୍ରହ୍ମାଣ୍ଡର ଠାକୁର
ମୋ ମନ କଥାକୁ ବୁଝିଣ
ଥରେ ଆଶିଷ କର |
ନିତି ସ୍ନାନ ସାରି ଆସିଣ
କରେ ପୂଜା ତୁମରି
କହ ହେ କାଳିଆ ମୋଠାରେ
କେବେ ଲାଗିବ ଡ଼ୋରୀ |
ବହୁ ଦିନୁ ଭାବୁଅଛି ମୁଁ
ଯିବାକୁ ପୁରୀଧାମ
ଭାବର ଠାକୁର ପୂରଣ
କର ମୋ ମନସ୍କାମ |
