STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବୋଉ

ବୋଉ

1 min
11.9K

ଅନ୍ଧାର ପରାସ୍ତ ହୋଇ ଲାଜେ ପଳାୟନ କରେ

ବୋଉ ତୁ ଲୋ ଯେବେ ଆଖି ଖୋଲି ଦେଉ ଚାହିଁ,

ଜୀଵନ ନଉକା ହୁଏ ସ୍ଥିର ଏ ସଂସାର ଜଳେ

ତୋ ଶାନ୍ତ ଚେହେରା ଯେବେ ଚିତ୍ତେ ଆସେ ଉଇଁ।


ତୋର ସେ ସୂତା ପଣତେ କୋଟି ଆକାଶର ସ୍ୱପ୍ନ

ତୋ ଚରଣେ ମାଟି ହୋଇ ଲୋଟୁଥିବି ସଦା,

ତୋର ଆଖି ଆଇନାରେ ବୟଷ ବାଳୁତ ସାଜେ

ଜୀଵନ ସାର୍ଥକ ହୁଏ ଲଭି ତୋର ଅପ୍ରମିତ ଶ୍ରଦ୍ଧା। 


ଆଖି ତୋର ଲାଖିଥାଏ ଫେରିବା ପଥ ମୋ ଚାହିଁ

ଭୋକକୁ ବୁଝେଇ ରଖୁ ପେଟ ମୋର ନ ପୁରିଲା ଯାଏ,

ମୁଁ ହେଲେ ଅସୁସ୍ଥ ତୋର ଶୁଖିଯାଏ ସଜ ମୁହଁ

ରାତି ସାରା ଚେଇଁଥାଉ ମୁଁ ନିଦରେ ନ ଶୋଇବା ଯାଏ। 


ନିଜକୁ ନିଃଶେଷ କରି ସ୍ୱପ୍ନର କୋଣାର୍କ ଗଢୁ

ବିଜୟ ପତାକା ଉଡ଼ୁ ମୋ ମଥାରେ ଏଇ ଆଶା ଘେନି,

ନିଜକୁ ଦେଉ ତୁ ବାଣ୍ଟି ତୋର ସନ୍ତାନ ସେବାରେ

ଶେଷବେଳେ ଆଶାଟିଏ ଓଠେ ଟୋପେ ପାଇବାକୁ ପାଣି।


ଶତ ଦୋଷ ଭୁଲି ମୋର ଢାଙ୍କି ଦେଉ ଅଭୟ ପଣତେ

ସେ ପଣତେ ଝାଡ଼ିଦେଉ ପାପ ମୋର ଏଇ ଜୀବନର,

ମୋର ପୁଣ୍ୟ ଫଳ ଯେତେ, ହେ ଈଶ୍ୱର ସମ୍ପୁଛି ମୁଁ ପଦେ

ବୋଉ ମୋର ହସୁ ସଦା ପ୍ରାର୍ଥନା ମୋ ଏହି ଘେନାକର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract