ସବୁ ଯନ୍ତ୍ରଣା ଢ଼ୋକି ଓଢଣା ଢାଙ୍କି
ଚାଳ ଘରେ ଗାଁରେ କୁଟୁଥିଲା ଢ଼ିଙ୍କି
ଦେଉଥିଲା ଶାନ୍ତି ପିଇଦେଇ ଅଶାନ୍ତି
କଲା ବାନ୍ତି ଦେଇ ବାଣ୍ଟିକୁଣ୍ଟି ନିଜ ଗଣ୍ଠି
ଏବେ ଯେବେ ବାପା ଗଲେ ଛୁଟି
ବୋଉ ର ବାକିଥିବା ଅଳ୍ପ ଗହଣା ଗାଣ୍ଠି
ବିକ୍ରୀହୋଇ ଚାଳ ଘର ପକ୍କା ହେଲା
ବୋଉ କାନଫୁଲ ହଳକ ଵି ନଥିଲା ଖାଣ୍ଟି
ହାତରେ ରୁପାଖଡୁ କେତେବେଳେ ପିନ୍ଧିଲା
କିନ୍ତୁ ପୁରିଯାଉଥିଲା ନିଜ ଅଣ୍ଟି
ଭାବିକି ଯିଏ ହେଲେ ଜଣେ ଯିବ ଆଗ
ଏକଥା ତ ସିଦ୍ଧ ବଦଳିବ ପରିପାଟୀ
ଏବେ ସହରରେ ଦୁଇ ପୁଅଙ୍କ କୋଠି
ବୋଉ ଗାଁ ପକ୍କାଘର ପାଇଁ ପଡ଼ୁ ଲୋଟି
ଅଣନିଶ୍ଵାସୀ ଲାଗେ କାହିଁ ଏଠି ସେଠି ସବୁଠି
ଗାଁ ଛାଡି ସହର ଘରେ ଲାଗେ ଶୁଖିଲା ତଣ୍ଟି
ଫେରିଆସି ପକାଏ ଚିତା ଝୋଟି ସାଉଁଟି
ମନେ ପକାଏ ବୁଢା ତାର ବସିଥାଆନ୍ତେ କି
ଖରାକୁ କରି ପିଠି ସଜାଡ଼ିବାକୁ କୁଟା କାଠି
ସଂସାରେ ବୋଉ ଲିପୁଥାନ୍ତା ମାଠି ମୁଠି
ସେମିତି କିନ୍ତୁ ହୁଏନା କାହିଁକି କୋଉଠି
ପିଲେ ଯିବେ ବାଟେ ସ୍ୱାମୀ ଯିବେ ଘଟେ
ବୋଉ ଭାଗ୍ୟ ରେ ଲେଖା ଝୁଣ୍ଟି ଖାଉଥା ଖୁଣ୍ଟି