ବୋଝ
ବୋଝ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମଣିଷ ଜୀବନ ସଦା ବୋଝମୟ
ବାଲ୍ୟରୁ ବାଳୁତ ନେଇ
ପାଠପଢା ଅବା ସଂସାର ଜଞ୍ଜାଳ
ସବୁଥିରେ ଥାଏ ରହି ।।
ସାହାସ ସଞ୍ଚାର ମନରେ କରିଲେ
ବୋଝତ ଯାଏ ଦୂରେଇ
ନିଜ କାମ ପାଇଁ ଉଦଯୋଗୀ ଥିଲେ
ଆନନ୍ଦେ ମୁକ୍ତି ମିଳଇ ।।
ବୋଝ ନ ସହିଲେ ପାରିବାନି ଜମା
ଜୀବନକୁ ଭଲେ ଜୀଇଁ
ନିନ୍ଦା ଅପମାନ ସହିବାକୁ ହେବ
ଏହା ଅନ୍ୟଥା ନୁହଁଇ ।।
ଭବିଷ୍ୟତ ଚିନ୍ତା ବୋଝ ପରି ହେବ
କେମିତି ତ
ରିବା ଭାଇ
କଲା କର୍ମ ପାଇଁ ଭାଳି ହେଉଥିବା
ପେଟେ ଓଦାକନା ଦେଇ ।।
ଆଶା ସବୁ ହେବ ଭଗ୍ନଶୀଳା ପରି
ବିବସ କରିବ ଯହିଁ
କଳ୍ପନା ହାଟରେ ସ୍ୱପ୍ନ ବିନାଶିତ
ସମ୍ଭାବନା ପ୍ରାଣେ କାହିଁ ।।
ବୋଝର ଜ୍ୱାଳାରେ ଥକି ପଡିଲେ ବି
ତଥାପି ଦେବାରେ କହି
ପଡୁପଛେ ଯେତେ ଅଭାବ କଷଣ
ପଛକୁ ହଟିବା ନାହିଁ ।।
ସବୁ ବୋଝ ପୁଣି ହାଲୁକା ହୋଇବ
ହୃଦୟେ ଭରସା ପାଇ
ଧୈର୍ଯ୍ୟର ଗୁଣରେ ବିଭୂଷିତ ହେବା
ମନରେ ସଂକଳ୍ପ ନେଇ ।।