STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ବୋଝ

ବୋଝ

1 min
212


ମଣିଷ ଜୀବନ ସଦା ବୋଝମୟ

    ବାଲ୍ୟରୁ ବାଳୁତ ନେଇ

ପାଠପଢା ଅବା ସଂସାର ଜଞ୍ଜାଳ

     ସବୁଥିରେ ଥାଏ ରହି ।।


ସାହାସ ସଞ୍ଚାର ମନରେ କରିଲେ

     ବୋଝତ ଯାଏ ଦୂରେଇ

ନିଜ କାମ ପାଇଁ ଉଦଯୋଗୀ ଥିଲେ

     ଆନନ୍ଦେ ମୁକ୍ତି ମିଳଇ ।।


ବୋଝ ନ ସହିଲେ ପାରିବାନି ଜମା

     ଜୀବନକୁ ଭଲେ ଜୀଇଁ

ନିନ୍ଦା ଅପମାନ  ସହିବାକୁ ହେବ

     ଏହା ଅନ୍ୟଥା ନୁହଁଇ ।।


ଭବିଷ୍ୟତ ଚିନ୍ତା ବୋଝ ପରି ହେବ

    କେମିତି ତରିବା ଭାଇ

କଲା କର୍ମ ପାଇଁ ଭାଳି ହେଉଥିବା

  ପେଟେ ଓଦାକନା ଦେଇ ।।


ଆଶା ସବୁ ହେବ ଭଗ୍ନଶୀଳା ପରି

     ବିବସ କରିବ ଯହିଁ

କଳ୍ପନା ହାଟରେ ସ୍ୱପ୍ନ ବିନାଶିତ

   ସମ୍ଭାବନା ପ୍ରାଣେ କାହିଁ ।।


ବୋଝର ଜ୍ୱାଳାରେ ଥକି ପଡିଲେ ବି

    ତଥାପି ଦେବାରେ କହି

ପଡୁପଛେ ଯେତେ ଅଭାବ କଷଣ

    ପଛକୁ ହଟିବା ନାହିଁ ।।


ସବୁ ବୋଝ ପୁଣି ହାଲୁକା ହୋଇବ

     ହୃଦୟେ ଭରସା ପାଇ

ଧୈର୍ଯ୍ୟର ଗୁଣରେ ବିଭୂଷିତ ହେବା

   ମନରେ ସଂକଳ୍ପ ନେଇ ।।

    


Rate this content
Log in

Similar oriya poem from Inspirational