STORYMIRROR

Kalandi pal

Inspirational

3  

Kalandi pal

Inspirational

ଚନ୍ଦ୍ରଘଣ୍ଟା

ଚନ୍ଦ୍ରଘଣ୍ଟା

1 min
367


ଜୟ ଜୟ ମାତା ଦୁର୍ଗା ପ୍ରଣତି ପୟରେ

ଚନ୍ଦ୍ରଘଣ୍ଟା ନାମେ ପୂଜା ପାଅ ତୃତୀୟାରେ, ll


ସିଂହ ବାହାନରେ ମାତା ନାନା ଅସ୍ତ୍ର ଧରି

ବିଜେ କର ଧରା ଧାମେ ରାକ୍ଷସ ବଇରୀ ll


ଚନ୍ଦ୍ରଖଣ୍ଡ, ଚନ୍ଦ୍ରିକା ତ ରଣଚଣ୍ଡୀ ନାମ

ଦଶଭୁଜେ ଖଣ୍ଡା, ଖର୍ପର, ତ୍ରିଶୂଳ ଧରିଣ ll


ଅର୍ଦ୍ଧଚନ୍ଦ୍ର ବିରାଜଇ ତୁମର ଭାଲରେ

ଜଗତ ମଙ୍ଗଳ ପାଇଁ ଆସ ଅବତାରେ ll


ତ୍ରିନେତ୍ରୁ ଅଗ୍ନି ସ୍ପୁରଇ ହେଲେ କ୍ରୋଧାନ୍ବିତ

ଅଧର୍ମ ରାକ୍ଷସେ ମାତା କରୁଥିଲ ହତ ll


ମନୁଷ୍ୟ ସମାଜେ ଆଜି ସହସ୍ର ରାକ୍ଷସ

ଝୁଣି ଖାଉଛନ୍ତି ସଦା ନର ରକ୍ତ ମାଂସ ll


ଓଲ୍ହାଇ ଆସିଛ ମାତା ହୋଇ ଚନ୍ଦ୍ରଘଣ୍ଟା

ବଧକରି ଶାନ୍ତି ଦିଅ ଜଗତରୁ କଣ୍ଟା ll


ଆସୁଥିବ ସଦା ମାତା ଶରଦ ଆକାଶେ

ନାଶି ଗର୍ବି, ଅହଙ୍କାରୀ ମନୁଷ୍ୟ ରାକ୍ଷସେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational