STORYMIRROR

Dharitri Das

Inspirational

3  

Dharitri Das

Inspirational

ବିଶ୍ୱାସ

ବିଶ୍ୱାସ

1 min
232

ଘନ ଅନ୍ଧକାରେ  ବିଶ୍ୱାସର ବତୀ

   ଦେଇଥାଏ କ୍ଷୀଣାଲୋକ

ଏକାଥରକରେ ଦେଖାଇ ନପାରେ

   ସବୁ କିଛି ଅଚାନକ।


ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଦିଏ

   ବିପୁଳ ଆଲୋକ ସତ

ଢାଙ୍କିଦିଏ ସିଏ ସୁରକ୍ଷା ବଳୟ

   ଶତ୍ରୁକୁ କରଇ ମିତ।


ସେହି ବିଶ୍ୱାସର ବନ୍ଧ ଦୃଢ଼ ହେଲେ

   ସବୁ ଦୁଃଖ ଯାଏ ଦୂରେ

ଯାହାକି ସୁରକ୍ଷା ପ୍ରଦାନ କରଇ

   ଘଡ଼ିସନ୍ଧି ମୁହୂର୍ତ୍ତରେ।


ବିଶ୍ୱାସରେ ବିଷ ଦେବା ନାହିଁ କେବେ

    କରିବାନି ଅବିଶ୍ୱାସ

ବିଶ୍ୱାସକୁ ଦୃଢ଼ କରିଲେ ଭାଇରେ

   ପୃଥିବୀ ହେବ ଉଶ୍ୱାସ।


ବିଶ୍ୱାସର ମଞ୍ଜି ପୋତି ଦେବା ଆମେ

    ସାରା ଦୁନିଆରେ ଭାଇ

ରାମରାଜ୍ୟ ହେବ ଆମ ଏହି ଦେଶ

    ବିଶ୍ୱାସ ଆଶରା ପାଇ।


ବିଶ୍ୱାସ ବନ୍ଧନେ  ବାନ୍ଧିବା ସଭିଙ୍କୁ

    ସନ୍ଦେହ ଦେବା ଦୂରେଇ

ଶତ୍ରୁତା ଭାବଟି   ଆମରି ଅନ୍ତରୁ

     ଯିବଟି ନିଶ୍ଚେ ଦୂରେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational