Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଅନ୍ ଲାଇନ ଆସର

ଅନ୍ ଲାଇନ ଆସର

1 min
320


  

  ଭଲାରେ କରୋନା ଭଲା

  ସାରା ଦୁନିଆର ରଙ୍ଗଢଙ୍ଗ ସବୁ

  ତୋଲାଗି ବଦଳି ଗଲା ।

  ପୂଜା ପାର୍ବଣରେ କଟକଣା ହେଲା

  ସଭା ସମାହୋର ମନା

  ସେଥିପାଇଁ ଏବେ ଅନ୍ ଲାଇନରେ

  ହେଉଛି ଆସର ଅନା ।

  ସାହିତ୍ୟ ସଭା ଠୁ କବିତା ଆବୃତ୍ତି

  ବହିପତ୍ର ଉନ୍ମୋଚନ

  ଜୁମ୍ ମିଟ୍ ଅବା ଗୁଗୁଲ ମିଟ୍ ରେ

  ଚାଲୁଅଛି ରାତିଦିନ ।

  ସଭିଏ ରୁହନ୍ତି ସଭିଙ୍କ ଜାଗାରେ

  ହେଉଥାଏ ଏଣେ ସଭା

  ଦୂର ପାଖ କିଛି ଜଣାପଡେ ନାହିଁ

  ଭାବିଲେ ଲାଗଇ କାବା ।

  ମଞ୍ଚ ସଜେଇବା ଦୀପ ଜଳାଇବା

  ଫୁଲମାଳ ପିନ୍ଧାଇବା

  କିଛି ଏବେ ଆଉ ଦରକାର ନାହିଁ

  ଲୋଡା ତ ନେଟ୍ ସେବା ।

  ମୋବାଇଲ ଆଉ ନେଟ୍ ସୁବିଧା

  ପାଖରେ ରହିଛି ଯାର

  ସହଜରେ ସିଏ ଜମାଇ ପାରିବ

  ଅନ୍ ଲାଇନ ରେ ଆସର ।

  ପଇସା ଟିଏ ବି ଖରଚ ହେବନି

  ଏମିତି ଆସର କଲେ

  ସାରା ଦୁନିଆ କୁ ଯୋଡି ପାରବତ

  ଯେତେବେଳେ ମନ ହେଲେ ।


  

   

   


Rate this content
Log in