ଆତ୍ମା ପକ୍ଷୀ ଅଛି ଶରୀର ଭିତରେ
କର୍ମକୁ ଆଦରି ନେଇ
କର୍ମ ରେ ଯଦି ପ୍ରବାହ ନାହିଁ କି ଆବେଗ
କୋଉ ପ୍ରଗତିରେ ଯାଇ
ପେଟ ପୋଷ ନାହିଁ ଦୋଷ କହି
ପାପ କୁ ଆପଣାଇ
କର୍ମ ନାମରେ କୁକର୍ମ ଯେ ନର କରେ
ଗତି ମୁକ୍ତି ତାର କାହିଁ
କର୍ମତତ୍ପର କୃଷକ ସୈନିକ ଦେଶରକ୍ଷକ
ଗାନ୍ଧି ପରି କେହି କାହିଁ
ଲାଞ୍ଚ ମିଛ ଅସତ୍ୟ କର୍ମରେ କଳିରେ
ନର ଯଦି ବୁଡ଼ିଯାଇ
ଝୁଣ୍ଟି ପଡି ଆଣ୍ଠୁ ଛିଡି ଡାକିଲେ ଦଉଡି
କିଏ ସେ ଆସିବ ଧାଇଁ
ହତ୍ୟା ଲୁଣ୍ଠନ ଚୋରୀ ନାରୀ ଛୀନତାଇ
ଯେ ନର କର୍ମ ରୂପେ ଆପଣାଇ
କାହିଁ ତାର ବାସ ଧରା ପାତାଳ ଆକାଶ
ବୋହୁ ଚାଲି ନଜାଣଇ କହି
ବେକରେ ପାଳ ଦଉଡି ଭିଡି ଗୋହତ୍ୟା
ଦୋଷ ରୁ ପାପ କି ଛାଡ଼ି ଯାଇ
ଜନେ ହସିବେ ଦଇବ ଧରିଛି ଦଉଡି
ନର୍କ ଯନ୍ତ୍ରଣା ଦେବ ନେଇ
ବେଳ ଥାଉ ଵୁଦ୍ଧି ବିବେକ କର ସୁବୁଦ୍ଧି
କୁବୁଦ୍ଧି କୁଦୃଷ୍ଟି ରହିବ ନାହିଁ