STORYMIRROR

Kabiratna Nutan Kumar Behera

Romance

3  

Kabiratna Nutan Kumar Behera

Romance

ବୋଧେ ସିଏ ବି ମୋତେ ଭଲ ପାଏ

ବୋଧେ ସିଏ ବି ମୋତେ ଭଲ ପାଏ

1 min
139

ଯେତେ ଥର ଦେଖା ହୁଏ ତା' ସାଥେ

ମନଟା ମୋର ତା' ଆଡ଼କୁ ଟାଣି ହୋଇଯାଏ 

ସେ ବି ଏକ ଲୟରେ ଚାହିଁ ରହେ 

ଭାବିଲେ ସେ କଥା ବସି ଏକାନ୍ତରେ ନୀରବେ

କେମିତିକା କେମିତିକା ଅନୁଭବ ହୁଏ

ମୋ ଛାତି ଭିତରେ ହୃଦ୍ ସ୍ପନ୍ଦନ ବଢି଼ଯାଏ

ମନକୁ ମୋର ଛୁଇଁ ଯାଏ ଭାବ ପ୍ରବଣର କଥାଟିଏ

ବୋଧହୁଏ ସିଏ ବି ମୋତେ ଭଲପାଏ

ଆକାଶେ ହସିଲେ ଉଦୁଉଦିଆ ଜହ୍ନଟିଏ

ସରୋବର ଜଳେ କୁମୁଦ ପାଖୁଡା ମେଲି ଫୁଟେ

ଘୋଟି ଆସିଲେ କଳାହାଣ୍ଡିଆ ମେଘଟିଏ

ପୁଚ୍ଛ ବିସ୍ତାରି ନାଚନ୍ତି ମୟୂର ମୟୂରୀ 

ନିଆରା ଆନନ୍ଦ ପାଇ ଭିଜି ଭିଜି ବର୍ଷାରେ

ଆମ ଦେଖା ସାକ୍ଷାତରେ ଏମିତି ହିଁ କିଛି ଲାଗେ

ବୋଧହୁଏ ସିଏ ବି ମୋତେ ଭଲ ପାଏ

ଫୁଲ ଫୁଟି ମହକ ତାର ମଳୟରେ ବିଞ୍ଚିଦିଏ

ଭ୍ରମର ମତୁଆଲା ହୋଇ ଉଡି଼ବୁଲେ

ସେ ମହକରେ ଆକର୍ଷିତ ହୋଇ ପାଶେ ଯାଏ

ଫଗୁଣର ରଙ୍ଗ ଲାଗିଲେ ଆମ୍ଵ ବଉଳେ

ଗହଳ ପତରର ଗଛଡାଳେ ବସି ପିକ ଗାଏ

ଆଖିରେ ସପନର ଲହରୀ ମାଡି ଆସେ

ପଲକେ ପଲକେ ପ୍ରାଣ ପୁଲକି ଉଠେ

ଛବି ତାର ଆଖି ଆଗରେ ଝଲସି ନାଚି ଯାଏ

ବୋଧହୁଏ ସିଏ ବି ମୋତେ ଭଲ ପାଏ

ପ୍ରତିଟି କ୍ରିୟାର ସମାନ ବିପରୀତ ପ୍ରତିକ୍ରିୟା ଥାଏ

ମୋ ଭାବ ଭାବନାରେ ଯା ଯା ଆନ୍ଦୋଳିତ ହୁଏ

ତା' ଭାବନାରେ ମୁଁ ସେମିତି ହିଁ ଦେଖେ

ବୋଧହୁଏ ସିଏ ବି ମୋତେ ଭଲ ପାଏ

ପ୍ରେମର ଚୁମ୍ଵକୀୟ ଆକର୍ଷଣରେ ଉଭୟେ

ନୀରବତାରେ କେତେ କଥା କହି ଯାଉଁ

ନ ଶୁଣିଲେ ବି କାନ ଶୁଣେ କୋମଳ ହୃଦୟଟିଏ 

ମୋ ପାଇଁ ସେ ବାଟ ଚାହିଁ ରହିଥାଏ

ମୋର କଥା ପରୋକ୍ଷରେ ସେ ପଚାରି ବୁଝେ

ତା' ପସନ୍ଦ ରୁଚି ନୀତିରେ ମୋ ମନ ମିଶିଯାଏ

ଇଚ୍ଛା ହୁଏ କହିବାକୁ ବହୁତ କଥା ତା' ସାଥେ

ଚାହିଁ ଦେଲେ ତା' ଆଖି ସବୁ କହି ଦିଏ

ବୋଧହୁଏ ସିଏ ବି ମୋତେ ଭଲ ପାଏ ।

  



Rate this content
Log in

Similar oriya poem from Romance