ବନ୍ୟ ପ୍ରାଣୀ
ବନ୍ୟ ପ୍ରାଣୀ
ବନ୍ୟ ଜୀବଜନ୍ତୁ ପଶୁ ପକ୍ଷୀ ଆଦି
ବନ୍ୟ ପ୍ରାଣୀ ବୋଲି କହି
ପ୍ରକୃତି କୋଳରେ ଆନନ୍ଦ ମନରେ
ସଭିଏଁ ଥାଆନ୍ତି ରହି ।
ତାଙ୍କରି ହେତୁରୁ ପରି ବେଶ ଆମ
ନିତି ହସି ଉଠୁ ଥାଏ
ଦେଖି ଦେଖି ତାଙ୍କୁ କେତେ ଖୁସି ଲାଗେ
ତୃପ୍ତି ଶୀହରଣ ଉଠେ ।
ପ୍ରକମ୍ପିତ ହୁଏ କ୍ରମେ କ୍ରମେ ଭୟ
ଆନନ୍ଦ ଉଲ୍ଲାସ ସହ
ଉଦ୍ଦୀପନା ପୂର୍ଣ୍ଣ ସ୍ପନ୍ଦନ ପୁଲକ
ଜାଗୁ ଥାଏ ଅହ ରହ ।
ଆମ ପରି ବେଶ ସବୁଜ ସୁନ୍ଦର
ପ୍ରାକୃତିକ ଶୋଭା ଭରା
ରହି ଥାଏ ଏହି ବନ୍ୟ ପ୍ରାଣୀ ହେତୁ
ସୁରକ୍ଷିତ ରହେ ଧରା ।
ବିଶୁଦ୍ଧ ବାୟୁ ଓ ବର୍ଷା କରି ବାରେ
ହୋଇ ଥାନ୍ତି ସହାୟକ
ପରିପୂର୍ଣ୍ଣ ବିଭା ଉତ୍ସବ ମୁଖର
ରହଇ ଏହି ଭୁଲୋକ ।
କେତେ ଉପକାରୀ ଅଟନ୍ତି ସେ ମାନେ
ତାଙ୍କରି ସୁରକ୍ଷା ପାଇଁ
ପ୍ରଯତ୍ନ ନ କରି ନିତି ଦିଏ ମାରି
ମଣିଷ ଯେ ଶତ୍ରୁ ଜାଣି ।
ଜାଣି ନ ପାରଇ ତାହାଙ୍କ ର ପାଇଁ
ରହେ ପରିବେଣ , ବଣ
ସୃଷ୍ଟି ସନ୍ତୁଳନ ରକ୍ଷା ପାଇଁ ସଦା
କରନ୍ତି ସେ ନାନା କାମ ।
ସେହି ମାନେ ସିନା ସବୁଠି ଉତ୍ସବ
ମୁଖର କରନ୍ତି ଧରା
ଜୀବନେ, ଜୀବନେ ସୃଜନ୍ତି ସେ ମାନେ
ଆନନ୍ଦ ଉଲ୍ଲାସ ଧାରା ।
ପବିତ୍ର ଉତ୍ସାହ ଜାଗୃତି ଭଣ୍ଡାର
ଭରି ଦ୍ୟନ୍ତି ଜନ ମନେ
ଆପେ ପଶୁ ସାଜି ମଣିଷ ମାରଇ
ପଶୁ ଭାବି ତାଙ୍କୁ ମନେ ।
ମଣିଷ ଯେ ହିଂସ୍ର ପଶୁଠୁ ବର୍ବର
ଧ୍ଵଂସ କରେ ପରି ବେଶ
ସଭିଙ୍କ ର ପ୍ରାଣ ରଜ୍ଜୁ ରେ ଯେ ବନ୍ଧା
ଜୀବ ଜଗତ ର ଶ୍ୱାସ ।
ଜାଣି ସେ ନ ପାରେ ବନ୍ୟ ପ୍ରାଣୀ ନାଶେ
ମନ ରୁ ତେଜି ସଂଶୟ
ଲୁପ୍ତ ହୁଏ ବନ କାନ୍ତାର ଅରଣ୍ୟ
ଘଟିବ ଦିନେ ପ୍ରଳୟ ।

