STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ବଞ୍ଚିବାର ଅଛି

ବଞ୍ଚିବାର ଅଛି

1 min
175


ସଭିଙ୍କର ବଞ୍ଚିବାର ଅଛି ଏଇ ବିଶାଳ ଦୁନିଆ ବୁକୁରେ

ମଥା ଟେକି ଗୌରବରେ ସୁଖ ସ୍ୱଚ୍ଛନ୍ଦ ଆନନ୍ଦରେ

ତେବେ କିଆଁ ଆଜି ଏଠି ମଣିଷ ମଣିଷ ଭିତରେ

ହୋଇଛି ଠିଆ ଅସମାନତାର ଅଲ୍ଲଂଘନୀୟ ପ୍ରାଚୀର?

କେବେ ଭାବିଛ କି ଆପଣା ଖିଆଲି ମନରେ ଥରେ

ଯେଉଁ ସମ୍ବିଧାନ ସର୍ବୋଚ୍ଚ ନ୍ଯାୟ ଶାସ୍ତ୍ର ପ୍ରଦାନ କରିଛି

ପ୍ରତିଟି ମଣିଷକୁ ବଞ୍ଚିବା ପାଇଁକି ସମାନତାର ଅଧିକାର

ତେବେ କାହିଁ ପାଇଁ ପୁଣି ଚାଲେ ଏଠି ଅନ୍ଯାୟ ବିଚାର?

ଯେବେ ବିଧାତା ଗଢିଛି ସଭିଙ୍କୁ ସମାନ ଭାବରେ

ସମାଜ କାହିଁକି କରଇ ପାତର ଅନ୍ତର ବାଛବିଚାର

ମଣିଷ ତ ମଣିଷ ପୁଣି କିଆଁ ଏତେ ଶ୍ରେଣୀ ବିଭାଗ

ଛଡ଼ାଇ ନେଇଛି ସଗୌରବେ ବଞ୍ଚିବାର ଅଧିକାର?

ତମାମ ସମସ୍ଯା ସତ୍ତ୍ୱେ ତଥାପି ଅଛି ଆମକୁ ବଞ୍ଚିବାର

କiରିବାକୁ ହେବ ଲଢ଼େଇ ଲଭିବାକୁ ନାର୍ଯ୍ୟ ଅଧିକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract