Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ବଞ୍ଚିବା ଆସ ଅମୃତ ଆଲୋକରେ

ବଞ୍ଚିବା ଆସ ଅମୃତ ଆଲୋକରେ

1 min
206



କୀଟାଣୁ ଭୂତାଣୁ ଅଣୁଜୀବନର

ଅଛି ଶ୍ରେଣୀ ବିଭାଜନ

ବିଜ୍ଞାନ ବିଶେଷ ଜ୍ଞାନ ଉପଯୋଗେ

ନିରେଖେ ଅଣୁବୀକ୍ଷଣ

ମାତ୍ର ତିନି ଘଣ୍ଟାର ଅନ୍ତରେ

ତିନିଶହଗୁଣ ଏ ବିଷ କଣିକା

ବୃଦ୍ଧି ପାଏ ଶରୀରରେ ।

ସଂକ୍ରାମକ ଅତି ଭୟାନକ ମଧ୍ୟ

ବିଷାଣୁ ଭୂତାଣୁ ଭୟ

କରୋନା କୋଭିଡ ନବ ଆବିଷ୍କୃତ

ମାରକ କ୍ଷମତା ତୀବ୍ର

ଅଧିସୂଚନା ଫରଦେ

ଜରୁରୀକାଳୀନ ସତର୍କତା ବାର୍ତ୍ତା

ଜନହିତେ ଜାରି ଏବେ ।

ଆତଙ୍କିତ ସର୍ବେ ଦେଶ କି ବିଦେଶେ

ସମଗ୍ର ବିଶ୍ୱ ଜନତା

ଚାଇନା ଦେଶର ଉହାନ ସହରୁ

ଚାଲିଛି କରୋନା ଅନ୍ଧାରୀ ଯାତ୍ରା

ଜୀବନ ଜୀବିକା ତ୍ରସ୍ତ

ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ପୁଣି

ଠପ ସବୁ ଯାତାୟାତ ।

ଅଖାଦ୍ୟ ଭକ୍ଷଣ କୁକର୍ମ ଅକର୍ମ

ଜଳବାୟୁ ପ୍ରଦୂଷଣ

ନଦୀ ପର୍ବତ ଅରଣ୍ୟାନୀ କ୍ଷୟ

ରସାୟନ ନିର୍ଗମନ

ପ୍ରକୃତି କୂପିତ ଅତି

ଧର୍ମ ଅଧର୍ମ ର ସନ୍ଧି ସଂଘାତେ

ହଳାହଳର ଉତ୍ପତ୍ତି ।

ଅରଜେ ମଣିଷ ସୈ।ଭାଗ୍ୟ ଦୁର୍ଭାଗ୍ୟ

ଆପଣା କୃତ କରମେ

ଘୃଣା ଭୟ ଭେଦେ ମହାବିପଦକୁ

ତୁଚ୍ଛ ଏକାକୀ ଭର୍ଜନେ

ସମୂହ ଶକତି ବଳେ

ଆତ୍ମ ନିରୀକ୍ଷଣେ ସ୦ପ୍ରୀତି ବର୍ଦ୍ଧନେ

ମହା ବିପତ୍ତି ବି ଟଳେ।

ଶକତି ର ପୁ୦ଜ ବିଶ୍ୱ ଶ୍ରେଷ୍ଠ ଜୀବ

ମଣିଷକୁ ଦେଖି ଲାଗେ ଡର

ନିଷ୍ଠୁର ପ୍ରପଞ୍ଚ ହିଂସା ବଳାତ୍କାର

ତାର ସ୍ୱଭାବରେ ଭରା ଅହଂ କାର

ତା ମନଟା କୃଷ୍ଣ ଗର୍ତ୍ତ

ଅତ୍ୟାଧୁନିକତାର ମାୟାଜାଲବଦ୍ଧ

ତୀବ୍ର ଜାତି ଧର୍ମ ଲିଙ୍ଗ ଭେଦ ।

ରୋଗ ଦୁଃଖ କଷ୍ଟ ଭୟେ ଆତଙ୍କିତ

ମହତ କ୍ଷୀଣ ନ ହୁଅ

ପୁଣ୍ୟ ପଥରେ ବିଜୟ ସର୍ବଦା

ଅଧର୍ମ ଲଭଇ ପରାଭବ

ଶୁଭ୍ର ସତ୍ୟ ସ୍ୱଚ୍ଛତା ରେ

ଅନୁସରି ଆମ ମହାନ ସଂସ୍କୃତି

ଆସ ବଞ୍ଚିବା ଅମୃତ ଆଲୋକ ରେ ।



Rate this content
Log in

Similar oriya poem from Inspirational