STORYMIRROR

Arundhati Jena

Inspirational Others

3  

Arundhati Jena

Inspirational Others

ବଣମଲ୍ଲୀ ର କ୍ଷୋଭ

ବଣମଲ୍ଲୀ ର କ୍ଷୋଭ

1 min
279

     

  ଭାଗ୍ୟ କୁ ନେଇଲୋ ଜନମ ମୋହର

            ନାଆଁ ମୋର ବଣମଲ୍ଲୀ

   ବଣଜଙ୍ଗଲ କୁ ମହକିିତ କରି

            ଅକାଳରେ  ଯାଏ ଝରି।

   କରମ ଆଦରି ଫୁଟି ଝଡି ଯାଏ

            ମୋ ଆଡକୁ ନିଘା ନାହିଁ

   ଏମିତି ଜୀବନ ଭାରି ହିନିମାନ

             ନିରର୍ଥକ ବୋଲାଇ।

   ରାଜ ଉଆସରେ ଫୁଟିବା ପରାଲୋ

                   ସାତ ସପନ ମୋ ପାଇଁ

    ଦେବତା ଗଳା ରେ ଲମ୍ବି ଯିବି ଏତେ

                ଭାଗ୍ୟ ଅବା ମୋର କାଇଁ।

     କନିଆଁ ଗଭାରେ ମଣ୍ଡିତ ହେବାକୁ

              ଆଶା ମୋର ଅସୁମାରି

      ମଧୁରାତି ମଧୁଶଯ୍ୟା ର ଉପରେ

               ଯାଆନ୍ତିକି ବିଛୁରି।

     ଏତେ ସପନ କୁ ରାତି ନାହିଁ ବୋଲି

           ମୋ ନିରୀହ ମନ ଜାଣେ

     ସ୍ୱଳ୍ପ ସମୟର ଗଳ୍ପ ମୋହର

           ଏକଥାବା କିଏ ଜାଣେ।

     ବଣମଲ୍ଲୀ ବୋଲି ଶରଧା ନକରି

            ବଣରେ ଦେଲ ଝରାଇ

     ମୋ ମହକର ମଧୁରତା ର

            କିଛି ମୂଲ୍ଯ କ'ଣ ନାହିଁ?

      ଜୀବନ ଆରମ୍ଭେ ନହେଲା ତ ନାହିଁ

       ମୃତ୍ୟୁ ରେ ମୋ ଉପସ୍ଥିତି

       ମଶାଣି ଜୁଇରେ ମନ ଆନନ୍ଦ ରେ

                ଖୁସି ଖୁସି ଜଳିଥାନ୍ତି।

       ଏତେ ଭଲ ଭାଗ୍ଯ ନୁହଁ ମୋର ଯୋଗ

                 ଅସ୍ଥିତ୍ଵ ଖୋଜିବା ପାଇଁ

    ସତ୍ତା ଖୋଜୁ ଖୋଜୁ ବୃନ୍ତଚ୍ୟୁତ ହେଇ                    

 ଅକାଳେ ଝରିପଡଇ।

          ଏତିକି ଗୁହାରି ଶୁଣ ହେ ଠାକୁର

                     ତୁମକୁ ମିନତି ମୋର

           ବଣମଲ୍ଲୀ ରୁ ମୁଁ ଅଗଣା ମଲ୍ଲୀ ରେ

                     ହୁଅନ୍ତି କି ରୂପାନ୍ତର।

 

                  

                



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational