STORYMIRROR

Mahendra Kumar Swain

Tragedy

3  

Mahendra Kumar Swain

Tragedy

ବନ୍ଦୁକ ମୁନରେ ଜୀବନ

ବନ୍ଦୁକ ମୁନରେ ଜୀବନ

1 min
380

ବନ୍ଦୁକ ମୁନରେ କେବେବି ଜୀବନ

ଆଗକୁ ଯାଇ ନଥାଏ

ଡରେଇ କାହାକୁ କେବେ ବି ଜୀବନେ

ଖୁସି ଯେ ମିଳିନଥାଏ 


ଜୀବନ ଯେ ଅଟେ ମୁକ୍ତ ପକ୍ଷୀ ଗୋଟେ

ନୀଳ ଆକାଶରେ ବୁଲେ

ବନ୍ଦୁକ ମୁନରେ ଜୀବନ ତ ନୁହଁ

ଅନ୍ଧାରୀ ଶାସନ ଚାଲେ 


ମଣିଷ ଯେ ଅଟେ ମୁକ୍ତ ପକ୍ଷୀ ପରି

ସମାଜରେ ରହିଥାଏ

ବନ୍ଦୁକ ମୁନରେ ଡରେଇ ରଖିଲେ

କେବେ ବି ରହିନଥାଏ 


ଇତିହାସ ଆଜି ସାକ୍ଷୀ ଯେ ରହିଛି

ବନ୍ଦୁକ ମୁନର କଥା

ଅତୀତରେ କେତେ ଜୀବନ ଯାଇଛି 

ଟାଳିବାକୁ ଏହି ବ୍ୟଥା 


ବନ୍ଦୁକ ମୁନରେ ଶାସନ ହୁଏନି 

ଅତ୍ୟାଚାର ହୋଇଥାଏ 

ଜୀବନ ଆଶା ସଫଳ ହୁଏନି 

ଜୀବନ ତ ସରିଥାଏ 


ସ୍ୱାର୍ଥ ପାଇଁ ଅନ୍ଧ ହୋଇକରି କିଛି

ଡରେଇ ତ ରଖିଥାନ୍ତି

ନିଜ ଜୀବନର ଖୁସି ପାଇଁ ସିଏ 

ଅନ୍ୟକୁ ଡରେଇ ଥାନ୍ତି 


ମାରିବାକୁ ତାଙ୍କୁ ସମୟ ଲାଗେନି 

କିଛି କ୍ଷଣେ ମାରିଥାନ୍ତି

ଏମିତି ମାରିଲେ କିଏ ବା ରହିବ 

ଭାବି କେବେ ସିଏ ଥାନ୍ତି 


ସହିବାର ସୀମା ଯେବେ ଯେ ସରିବ 

କେହି ବି ରହିବେ ନାହିଁ

ସବୁଦିନ ଏଇ ବନ୍ଦୁକ ମୁନରେ 

ଜୀବନ ରହିବ ନାହିଁ 


ନିଜେ ବଞ୍ଚି କରି ଅନ୍ୟକୁ ବଞ୍ଚାଅ 

କାହାକୁ ଡରାଅ ନାହିଁ

ସବୁଦିନ ପାଇଁ ଅନ୍ଧକାର ପରା 

ଜୀବନେ ରହିବ ନାହିଁ 


ବନ୍ଦୁକ ମୁନରେ ଜୀବନ ସେ ନୁହଁ

ଯିଏ ଡରି ବଞ୍ଚିଥାଏ

ଡରି ଚଳୁଥିବା ଲୋକ ଯେ ଲଢ଼ିଲେ

ବନ୍ଦୁକ ରହି ନଥାଏ 


ଜୀବନ ଯେ ଏକ ସୁନ୍ଦର ସୁଯୋଗ

କାହାର କ୍ଷତି ନ କର

ବନ୍ଦୁକ ମୁନରେ ଜୀବନ କାହାର 

ନଷ୍ଟ ଯେ କେବେ ନ କର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy