Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3.1  

Chinmaya Kumar Nayak

Abstract

ବନ୍ଦନା

ବନ୍ଦନା

1 min
210


ଅନ୍ତରେ ଅନ୍ତରେ ଚିନ୍ମୟ କନ୍ଦରେ  

ମାଗୋ ଅବତରି ଆସ

ଐଶ୍ୱର୍ଯ୍ୟଶାଳିନୀ ଦଶ ପ୍ରହରିଣୀ

ଢାଳିଦିଅ କୃପାଶିଷ ।


ତଵ ସମ୍ବର୍ଦ୍ଧନୀ ଉତ୍ସବରେ ଜାଗୁ

ବିଶ୍ୱର ଅନ୍ତର୍ଚେତନା

ସତ୍ତ୍ୱ ଚେତନାରେ ସଦବୃତ୍ତିର ହେଉ

ଶାଶ୍ୱତ ସରଂଚନା ।


କାମନା ବାସନା, ଷଡ଼ ରିପୁ ଯେତେ

ନିଅ ହେ ଚରଣେ ବଳି

ତୁମ ଜଗତର ସେବାରେ ସମ୍ପିତ

ହେଉ ଜୀଵନ ଶଙ୍ଖୁଳି ।


ଅନ୍ୟାୟ ଅନୀତି ଦୁର୍ଗତିର ନାଶ   

କର ହେ ମା ମହାମାୟା

ତଵ ଉପାସନା ବନ୍ଦନା କରି

ହେଉ ଶୁଦ୍ଧ ଚିତ୍ତ କାୟା ।


ତଵ ଆବିର୍ଭାବେ ହେଉ ସଂକ୍ରମିତ 

ଶକ୍ତିର ମହା ପ୍ଲାବନ

ନବ ସୃଜନର ଶୁଦ୍ଧ ବିକାଶେ

ବିକଶିତ ହେଉ ପ୍ରାଣ ।


Rate this content
Log in

Similar oriya poem from Abstract