ବନ୍ଦଇ ଶ୍ରୀକାମପାଳ
ବନ୍ଦଇ ଶ୍ରୀକାମପାଳ
ବନ୍ଦଇ ଶ୍ରୀକାମପାଳ
===========
ବନ୍ଦଇ ଶ୍ରୀକାମପାଳ ଧବଳ ମୂରତି l
କୁନ୍ଦଇନ୍ଦୁ ଜିଣି ପ୍ରଭୁ ଶୁଭ୍ରମୟ କାନ୍ତି ll
ଶିଖାମୁକୁଟରେ ତବ ସଜସପ୍ତଫଣୀ l
ହଳ ମୂଷଳ ଧାରଣ ପ୍ରଭୁ ହଳପାଣି ll
ନୀଳାମ୍ବର ପାଟ ତବ ଦିଶଇ ରୁଚିର l
ଗଣ୍ଡମଣ୍ଡଳେ କୁଣ୍ଡଳ ଅତୀବ ସୁନ୍ଦର ll
କୁବଳୟ ଜିଣି ନେତ୍ର ଆରକ୍ତ ବରନ l
କାଦମ୍ବରୀପ୍ରିୟ ସଦାତୁଷ୍ଟ ତବ ମନ ll
ରୋହିଣୀଗର୍ଭ ସମ୍ଭୂତ ବସୁଦେବସୂତ l
ନନ୍ଦ ଆନନ୍ଦ ଦାୟକ ମହା ବଳବନ୍ତ ll
ଯଦୁକୁଳ ଇନ୍ଦୁ ପ୍ରଭୁ ରେବତୀ ରମଣ l
ଲଙ୍ଗଳମୁନେ ହସ୍ତିନା କଲ ଉତ୍ପାଟନ ll
ଯମ ଗର୍ବ ଗଞ୍ଜକ ହେ ଯମୁନାକର୍ଷକ l
ପ୍ରଳମ୍ବାରୀ ପ୍ରଳମ୍ବ ଦଇତ୍ୟ ବିମର୍ଦ୍ଦକ ll
ଜୟ ଜୟ ଜୟ ପ୍ରଭୁ ଜୟ ଗଦାଧର l
ତୁମ୍ଭ ଶିଷ୍ୟ ଅନ୍ଧବଳା କୁଇନ୍ତା କୁମର ll
ଖଳ ଦର୍ପଦଳା ଆହେ ରୁକ୍ମ ବିଦାରଣ l
ବ୍ରହ୍ମହତ୍ୟାକରି କଲ ତୀର୍ଥପର୍ଯ୍ୟଟନ ll
ବଧ କଲେ ମନ୍ଦ ମତି ଦ୍ୱିବିନ୍ଦ ବାନର l
ଅନନ୍ତ ତବ ମହିମା, ଅସୀମ ଅପାର ll
ଜୟ ଶ୍ରୀ ବ୍ରହ୍ମାଣ୍ଡନାଥ ବଳଭଦ୍ର ସ୍ବାମୀ l
ତୁଳସୀକ୍ଷେତ୍ରାଧିପତି ନମାମି ନମାମି ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
