STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବନ୍ଦଇ ଦେବ ମାରତଣ୍ଡ

ବନ୍ଦଇ ଦେବ ମାରତଣ୍ଡ

2 mins
8

    ବନ୍ଦଇ ଦେବ ମାରତଣ୍ଡ
      ============
ବନ୍ଦଇ ଦେବ ମାରତଣ୍ଡ l
         ସହସ୍ର ରସ୍ମିରେ ପ୍ରଚଣ୍ଡ ll
ବନ୍ଦଇ ଦେବ ଗ୍ରହରାଜ l
       ଉଦୟ କାଳେ ତବ ଆଜ ll
ବନ୍ଦଇ ଦେବ ଛାୟାପତି l
      ଭୁବନ କୋଷେ ତବ ଗତି ll
ବନ୍ଦଇ ସପ୍ତାଶ୍ୱ ବାହନ l
         ତୁମ୍ଭର ସାରଥୀ ଅରୁଣ ll
ବନ୍ଦଇ ଦେବତା ଆଦିତ୍ୟ l
          କଶ୍ୟପ ଅଦିତିଙ୍କ ସୂତ ll
ବନ୍ଦଇ ଦେବ ଦିବାକର l
       ଭାସ୍ଵରେ ଭାସ୍ଵର ଭାସ୍କର ll
ବନ୍ଦଇ ଦେବ ଦିନମଣି l
      ଆଗମେ ପାହିଲା ରଜନୀ ll
ବନ୍ଦଇ ବନ୍ଦଇ ସବିତା l
          ଯମ ଯମୁନାଙ୍କର ପିତା ll
ବନ୍ଦଇ ହେ ପ୍ରଭୁ ତପନ l
         ତାପରେ ତପାନ୍ତି ଭୁବନ ll
ବନ୍ଦଇ ପ୍ରଭୁ ସଂଜ୍ଞା କାନ୍ତ l
        କୂଳେ ଜନ୍ମିଲେ ରଘୁନାଥ ll
ବନ୍ଦଇ ନକ୍ଷତ୍ର ନୃପତି l
            ତୁମ୍ଭର ଦୁହିତା ତପତି ll
ବନ୍ଦଇ ଦେବ ବିବସ୍ୱାନ l
         ଅଶେଷ ପାତକ ନାଶନ ll
 ବନ୍ଦଇ ଶନିଙ୍କର ତାତ l
         ମନୁ ଜନ୍ମିଲେ ବୈବସ୍ୱତ ll
 ବନ୍ଦଇ ପଦ୍ମିନୀ ରମଣ l
           ବହୁଛି ପ୍ରଭାତୀ ପବନ ll
ବନ୍ଦଇ ଦେବ ସହସ୍ରାଂଶୁ l
       ତମୋଘ୍ନ ଦେବ ତମ ନାଶୁ ll
ଆଗମ ତଵ ସୁଖେ ଦେଖି l
         ଫୁଟିଲେ ପୁଷ୍ପ ସୂର୍ଯ୍ୟମୁଖି ll
ବନ୍ଦଇ ବନ୍ଦଇ ବାଳାର୍କ l
          ତୁମ୍ଭର ମନ୍ଦିର କୋଣାର୍କ ll
ବନ୍ଦଇ ଦେବ ପ୍ରଭାକର l
          ଘେନ ପ୍ରଭାତ ନମସ୍କାର ll
               🙏🙏🙏
                  ଅର୍ଜୁନୀ
                ------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational