STORYMIRROR

Sadananda Sahoo

Inspirational

4  

Sadananda Sahoo

Inspirational

ବନ୍ଧୁତାର ପରିଭାଷା

ବନ୍ଧୁତାର ପରିଭାଷା

1 min
425


ବନ୍ଧୁତ୍ବ ମହତ୍ତ୍ଵ ସମ୍ପର୍କର ସତ୍ତ୍ଵ , 

    ଏକଥା ନୁହଁଇ ମିଥ୍ୟା , 

ବନ୍ଧୁର ମର୍ଯ୍ୟାଦା ରଖହେ ସର୍ଵଦା 

    ଉଦ୍ଭାସିତ ହେଵ ଗାଥା ! ! 


ବନ୍ଧୁଏକା ବୁଝେ  ବନ୍ଧୁ ଏକାଯୂଝେ 

    ଆପଦ ବିପଦ ବେଳେ , 

ଅଶ୍ଵାସନା ଦେଇ ଲୁହ ଦିଏ ପୋଛି 

    ନିଷ୍ଠାରେ କର୍ତ୍ତବ୍ୟ ପାଳେ ! ! 


ବନ୍ଧୁ ପରିଭାଷା ବ୍ୟାପକ ସଂହିତା 

     ସମ୍ପର୍କର  ବତୀଘର , 

ସବୁ ସମୟରେ ବିଦ୍ୟମାନ ସତେ 

    ସ୍ନେହଁପ୍ରେମ  ନିରାଧାର ! ! 


ବାନ୍ଧବ ବାନ୍ଧବୀ ପ୍ରେମ ଅନୁରାଗୀ 

    ବନ୍ଧନର   ଚିରଛବି , 

ସମ୍ପର୍କ ସମ୍ବନ୍ଧ  ନୂଆ ସେତୁବନ୍ଧ 

   ହସେ ଅଂଶୁମାନ ରଵି ! ! 


ଗରିବ ଧନୀର ନାହିଁତ ପ୍ରଭେଦ 

   ବନ୍ଧୁ ନୁହେଁ  ଉଚ୍ଚନୀଚ୍ଚ , 

ସମାନତା ରକ୍ଷା କରହେ ସହସା 

    ବନ୍ଧୁତ୍ବ ହୋଇବ ସ୍ଵଚ୍ଛ ! ! 


ଉତ୍ସବ ପରବେ ରାଜଦ୍ଵାରେ ଆସେ 

    ଶ୍ମଶାନରେ  ହୁଏଭେଟ , 

ସେ'ହିଁ ବାନ୍ଧବ  ଅମୂଲ୍ୟ ମାଣିକ 

    ବନ୍ଧୁତା ମହତ୍ତ୍ଵେ ଶ୍ରେଷ୍ଠ ! ! 


ପ୍ରେମ ସ୍ଵପ୍ନ ଆସେ ସପନ ବିଭାସେ 

     ବନ୍ଧୁତାର   ନିଦର୍ଶନ , 

ପ୍ରେମପ୍ରେମୀ ମାନେ ବନ୍ଧୁତ୍ବ ସନ୍ଧାନେ 

    କରନ୍ତି ଅମୃତ ପାନ ! ! 


ହୃଦୟ ନିର୍ମଳ କର ଆହେ ଜନ 

    ବନ୍ଧୁତା ପାରିବ ତିଷ୍ଠି 

ଆବିଳତା ବର୍ଜ୍ୟ   ରଖିଥାଅ ଧର୍ଯ୍ୟ 

    ଶୁଭଫଳ ଦେବ କୋଷ୍ଠି ! ! 


ସଂସାର ବିଭବ ବନ୍ଧୁତା ସରାଗ 

     କବି ଲେଖନୀର କୃତି , 

ସୁମଧୁର ଡ଼ାକ   କର୍ଣ୍ଣ ଆଭୁଷଣ 

    ଅରଜଇ  ସଦା ଖ୍ୟାତି ! ! 



Rate this content
Log in

Similar oriya poem from Inspirational